May 10, 2026

ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ 

IMG-20240709-WA0000
Share

ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କାର୍ତିକଢ଼ି ଗ୍ରାମରେ ଥିବା କାର୍ତିକଢ଼ି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମନାଭ ବିଶ୍ଵାଳ ଙ୍କୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥି ସହ ଖଣ୍ଡି ଦେଉଳି କ୍ଲଷ୍ଟର ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ କର୍ତ୍ତି କଢି ଗ୍ରାମ୍ୟ କମିଟି ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ଏହି ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉକ୍ତ ସମାରୋହ ରେ କ୍ଲଷ୍ଟର ସି ଆର ସିଶି ସଞ୍ଜୟ ତରାଇ ଗ୍ରାମ୍ୟ କମିଟି ସଭାପତି ସମେତ ସମସ୍ତ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଏହି ବିଦ୍ୟାୟ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା । ଏବଂ ବିଦାୟୀ ଶିକ୍ଷକ ଙ୍କ ଅବଦାନ ଉପରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅବଦାନ ସମ୍ପର୍କ ବିଷୟରେ ଆଲୋପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ଗ୍ରାମର ବିଶାଳ ଶୋଭା ଯାତ୍ରା ସହ ପଟୁଆର ରେ ଗ୍ରାମର ସମସ୍ତ ସାହି, ଗଳି ରେ ପରିକ୍ରମା କରିବା ସହ ବିଭିନ୍ନ ମାନପତ୍ର ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ସଭାପତି ଶତ୍ରୁଘ୍ନ ରେଡ୍ଡୀ , ଓ ଶିବରାମ ବେହେରା ସ୍କୁଲ ସଭାପତି ଏନ୍ ସତ୍ୟନାରାୟଣ ରେଡ୍ଡୀ ସରପଞ୍ଚ ପ୍ରତିନିଧି ଭୀମ ସେନ ସାହୁ ସମିତି ସଭ୍ୟ ପ୍ରତିନିଧି ରାମଚନ୍ଦ୍ର ରେଡ୍ଡୀ ଶିକ୍ଷୟତ୍ରୀ ସୁନୀତା ଦାସ ଏବଂ ନାରାୟଣ ପାତ୍ର ଙ୍କ ସମେତ ପ୍ରମୁଖ ସହଯୋଗ କରିଥିଲେ ।(ପ୍ରଦୀପ କୁମାର ପଣ୍ଡା )