November 15, 2024

ଋଷିମାଳ ବାରୁଣୀ ମେଳା ପାଇଁ ଆଞ୍ଚଳିକ କମିଟି ର ପୂର୍ବ ପ୍ରସ୍ତୁତି ବୈଠକ

Share

 

ବ୍ରାହ୍ମଣୀଗାଁ ତା:୦୩/୦୩ କନ୍ଧମାଳ ଜିଲ୍ଲାର ଐତିହାସିକ ସ୍ଥାନ ଋଷିକୁଲ୍ୟା ନଦୀର ଉତ୍ପତ୍ତି ସ୍ଥଳ ଋଷିମାଳ ପାହାଡ଼ ରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବାରୁଣୀ ମେଳା ଆୟୋଜନ କରିବା ପାଇଁ ଆଞ୍ଚଳିକ ମହାବାରୁଣୀ କ୍ଷେତ୍ର ଟ୍ରଷ୍ଟ କମିଟି ପକ୍ଷରୁ ପୁର୍ବ ପ୍ରସ୍ତୁତି ବୈଠକ ବ୍ରାହ୍ମଣୀଗାଁ ସ୍ଥିତ ବାବା ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଛି।
ଉକ୍ତ ଟ୍ରଷ୍ଟ ର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସଭ୍ୟ ସଭ୍ୟା ତଥା ଆଜୀବନ ସ୍ଵେଚ୍ଛାସେବୀ ସଦସ୍ୟ ମାନେ ଯୋଗଦାନ କରିଥିଲେ। ଚଳିତ ମାସ ୧୯ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ମହା ବାରୁଣୀ ମେଳା ରେ ଶ୍ରଦ୍ଧାଳୁ ମାନଙ୍କ ବାରୁଣୀ ସ୍ନାନ, ତର୍ପଣ ଶ୍ରାଦ୍ଧ ମୁଣ୍ଡନ ଓ ଅଷ୍ଠ ପ୍ରହରୀ ନାମ ଯଜ୍ଞ ଆଦି କାର୍ଯ୍ୟକ୍ରମ ରେ ଜନ ସମାଗମ କୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ସ୍ବାସ୍ଥ୍ୟ, ଅସ୍ଥାୟୀ ଶିବିର, ଆଲୋକି କରଣ , ଜିଲ୍ଲା ଓ ବ୍ଲକ ପ୍ରଶାସନ ସହାୟତା ପାଇଁ ଯୋଗାଯୋଗ କରିବା , ସ୍ଥାନୀୟ ବିଧାୟକ ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରି ବାରୁଣୀ ମେଳା ପାଇଁ ବ୍ଲକ ସ୍ତରୀୟ ବୈଠକ ର ଆୟୋଜନ କରିବା ପାଇଁ ସ୍ଥିର କରାଗଲା ।
ଆୟୋଜିତ ବୈଠକ ରେ ଗଞ୍ଜାମ ଜିଲ୍ଲାର ସୋରଡ଼ା, ଗଜପତି ଜିଲ୍ଲା ର ପାଣିଗଣ୍ଡା ଓ କନ୍ଧମାଳ ଜିଲ୍ଲା ର ବ୍ରାହ୍ମଣୀଗାଁ ସମେତ କିନାରିଗାଁ, କାଟିଙ୍ଗିଆ , ନୂଆଁ ଗାଁ, ଗଦାପୁର, ମେରାମାହା ,ଦାରିଙ୍ଗବାଡି ଆଦି ଅଞ୍ଚଳ ର ଟ୍ରଷ୍ଟ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)