October 5, 2024

ଗୁଣପୁର ରେ ୭୫ ତମ ବନ ମହୋତ୍ସଵ ପାଳନ

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା ଙ୍କ ନାମରେ ଗଛଟିଏ ଚିନ୍ତାଧାରା କୁ ନେଇ ପ୍ରଶାସନ ପକ୍ଷରୁ ଏହା ପାଳନ କରାଯାଇଛି । ଗୁଣୁପୁର ଉପଜିଲ୍ଲାପାଳ କିରଣଦୀପ କୌର ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିବ ଆନା ସାହେବ ଓହଲ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳୀ ପ୍ରଧାନ, ଏସିଏଫ ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଅନୁରୂପ ଭାବେ ବିକ୍ରମପୁର ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌଭାଗ୍ୟ ପତିତ, ଆମ ସ୍କୁଲ ସଭାପତି ନରସିଂହନାଥ ମହାନ୍ତି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ମା ଙ୍କ ନାମରେ ବୃକ୍ଷ ରୋପଣ କରିଥିଲେ ।