October 5, 2024

ଉମରକୋଟ ରେ ଜନସଂଘ ସଂସ୍ଥାପକ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଜୟନ୍ତୀ ପାଳନ……

Share

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ଆଜି ତା:୬/୭/୨୦୨୪ ଶନିବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗର ମଣ୍ଡଳ ଠାରେ
ଜନ ନାୟକ ତଥା ପ୍ରଖର ରାଷ୍ଟ୍ର ବାଦ, ଦେଶ ଭକ୍ତ “ଜନସଂଘ” ତଥା ବର୍ତ୍ତମାନର ଭାରତୀୟ ଜନତା ପାର୍ଟି ର ସଂସ୍ଥାପକ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା ଏହିକାର୍ଯ୍ୟକ୍ରମରେ ଡ.ମୁଖାର୍ଜୀ ଙ୍କ ଫଟୋ ଚିତ୍ରରେ ରେ ଧୁପ ଦୀପ ଓ ପୁଷ୍ପାଞ୍ଜଳୀ ଅର୍ପଣ କରିବା ପରେ ସମସ୍ତ ନେତୃବୃନ୍ଦ ସ୍ବର୍ଗତ ମୁଖାର୍ଜୀ ଙ୍କ ଜୀବନୀ ବିଷୟରେ ଅଭିଭାଷଣ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗଣଶିକ୍ଷା,ଆଦିବାସୀ ଜାତି ଓ ଜନଜାତି ବିଭାଗ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ତଥା କଳାହାଣ୍ଡି ପ୍ରଭାରି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ଉମରକୋଟ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ଓ ପଞ୍ଚାୟତ ଅଧକ୍ଷ ପି ରାବଣା ରାଓ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ଜିଲ୍ଲା ସଂମ୍ପାଦକ ରାମ ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ,ବୁର୍ଜା ମଣ୍ଡଳ ସଭାପତି ଭୋଜନାଥ ଗଣ୍ଡ,ନଗରମଣ୍ଡଳ ସଭାପତି ଗୋପୀନାଥ ସାହୁ ସଭା ପରିଚାଳନା କରିଥିଲେ ଏଥିରେ ବିଜେପି ର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।