May 10, 2026

ବରିଷ୍ଠ ନେତା ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ

IMG-20240705-WA0002
Share

 

ପୁରୀ(କାକଟପୁର) :କାକଟପୁରର ପୂବର୍ତନ ବିଧାୟକ ତଥା ବରିଷ୍ଠ ଜନନେତା ସୁରେନ୍ଦ୍ର ନାଥ ନାୟକଙ୍କ ଆଜି ସକାଳୁ ଦେହାନ୍ତ ହୋଇ ଯାଇଛି ।ଏ ସଂପର୍କରେ ସୂଚନା ଦେଇଛନ୍ତି ତାଙ୍କ ପୁଅ ସ୍ୱାଧୀନ କୁମାର ନାୟକ। ଆଜି ସକାଳ ୬ଘଟିକା ସମୟରେ ଭୁବନେଶ୍ୱର ବାସଭବନରେ ୯୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ରେ ୧୭ମେ ୧୯୩୭ମସିହା ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ତୃଣମୂଳ ପଞ୍ଚାୟତ ନେତୃତ୍ୱ ନେଇ ଓଡିଶା ବହୁ ବିଭାଗ ସମ୍ଭାଳିବା ଭଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଏହା ପରେ ବିଧାୟକରୁ ଶିକ୍ଷା, କୃଷି, ରାଜସ୍ୱ,ଅବକାରୀ, ପଞ୍ଚାୟତିରାଜ,ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଉପବାଚସ୍ପତି ପଦବୀ ଭଳି ବହୁ ଦାୟିତ୍ୱବାନ ବିଭାଗରେ କାର୍ଯ୍ୟ କରି ନିଜର ସ୍ୱଚ୍ଛ ଓ ନିର୍ମଳ ଶାସନର ଦକ୍ଷତା ପ୍ରଦର୍ଶନ କରିଛନ୍ତି।ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ପୁର ପଲ୍ଳୀ ଠାରୁ ସହର ରାଜଧାନୀ ଯାଏ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁ ମହଳରେ ଶୋକର ଛାୟା ଖେଳିଯାଇଛି।
ରାଜାରାମ ଷଡଙ୍ଗୀଙ୍କ ରିପୋର୍ଟ