October 6, 2024

୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ 

Share

ବୁଗୁଡା : ତା ୦୪/୦୭/୨୪ : ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡା ବନାଞ୍ଚଳ ତରଫରୁ ବାଘୂଆ ନର୍ସରୀ ପରିସରରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଆଞ୍ଚଳିକ ମୁଖ୍ଯ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ବାଇଁଙ୍କ
ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ତ ଅଧିକାରୀ ବିନୋଦ ଆଚାର୍ଯ୍ଯ, ଭଞ୍ଜନଗର ଡିଏମ୍ ପ୍ରଭାକର ନାୟକ , ଏସିଏଫ୍ ରଜତ କୁମାର ମିଶ୍ର , ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ଭଗବାନପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ , ଜିଲ୍ଲା ପରିଷଦ ସଭ୍ଯା ଚାନ୍ଦିନୀ ନାୟକ , ଗଙ୍ଗାଧର ବିଷୋୟୀ , ବିଭୁତି ଭୂଷଣ ମିଶ୍ର , ଗୌରୀ ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇ ବନ ମହୋତ୍ସବ ସପ୍ତାହ ପାଳନର ଉଦ୍ଦେଶ୍ଯ ସଂପର୍କେ ଆଲୋକପାତ କରିବା ସହିତ ଚାରା ରୋପଣ ଓ ବୃକ୍ଷର ଯତ୍ନ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ “ମା’ ପାଇଁ ଗଛଟିଏ” ସ୍ଲୋଗାନ ଦିଆଯାଇ ସମସ୍ତଙ୍କୁ ଗଛ ଲଗାଇବା ସକାଶେ ଅନୁରୋଧ କରାଯାଇଥିଲା । ଏ ଅବସରରେ ବାଘୂଆ ନର୍ସରୀରେ ଆଜି ସହସ୍ରାଧିକ ଗଛ ଲଗାଯାଇଥିଲା ଏବଂ ଆଗକୁ ଆହୁରି ଏଠାରେ ବାର ହଜାର ଗଛ ଲଗାଯିବ ବୋଲି ସ୍ଥାନୀୟ ବନାଞ୍ଚଳ ଅଧିକାରୀ କହିଥିଲେ।