“ପ୍ରକୃତିର ସୁରକ୍ଷା ଓ ପରିବେଶର ଯତ୍ନ ମନୁଷ୍ୟ ର ପ୍ରକୃତ ଧର୍ମ ” ୭୫ ତମ ବାର୍ଷିକ ବନମହୋତ୍ସବ ସରକାରୀ ପ୍ରାଥମିକ ବିଦ୍ୟାଳୟ ସୋଡାପାରା ରେ ପାଳିତ……

IMG-20240704-WA0050
Share

ରକୋଟ:-୪/୭/୨୪

(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ କେଶରୀବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ସୋଡାପାରା ପରିସରରେ ୭୫ ତମ ବାର୍ଷିକ ବନମହୋତ୍ସବ ପାଳନ କରାଯାଇଛି।
ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକଙ୍କ ସଂଯୋଜନା ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବାଗ ,ମୁଖ୍ୟ ବକ୍ତା ଭାବେ କରକା ସେକ୍ସନ ର ବନପାଳ ଏମ ଡି ଅବଦୁଲ ସମ୍ପଦ , ସମ୍ମାନୀତ ଅତିଥି ଭାବେ କୋପେନା ପଞ୍ଚାୟତ ର ସରପଞ୍ଚ କିଆବତି ଗଣ୍ଡ ,ପୂର୍ବତନ ସରପଞ୍ଚ ପର୍ଶୁରାମ ଗଣ୍ଡ ,କେଶରିବେଡା ବିଟ ର ବନରକ୍ଷୀ ଶ୍ରୀମତୀ ଦିଶାରୀ , ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ୱାର୍ଡ ର ସଦସ୍ୟ
ସୁକୁଲାଲ ଗଣ୍ଡ ,ଆମ ଜଙ୍ଗଲ ଯୋଜନା ଉମରକୋଟ ରେଞ୍ଜ ର ଉନ୍ନୟନ ଅଧିକାରୀ ପିଟର ଖୋସଲା ,ସି ଆର ସି ସି ସନ୍ତୋଷ
ସାହୁ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନକୁ ଗଣ୍ଡ,ପ୍ରମୁଖ ଯୋଗ ଦେଇ ସ୍ବଚ୍ଛତା , ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଏହାର ପରବର୍ତ୍ତୀ ଯତ୍ନ ,ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ।ଏହି ସଭାରେ ସି ଆର ସି ସି ମୋତିରାମ ଗଣ୍ଡ ସଭାପତିତ୍ବ କରିଥିଲାବେଳେ,ସମରୁ ଭାତ୍ରା ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ବିଦ୍ୟାଳୟ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ବାଗ ଓ ମୁଖ୍ୟ ବକ୍ତା ଏମ ଡି ସମ୍ପଦ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସହକାରୀ ଶିକ୍ଷକ
ସତ୍ୟ ଶେଖର ନାୟକଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ର ଏକ ଏକର ପରିସର ଜାଗା ,ଗାଁ ପଡିଆ ଓ ପୋଖରୀ ହୁଡ଼ା ରେ ୫୦୦ଚାରା ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।