October 5, 2024

ବରଗଡ – ନୁଆଁପଡ଼ା ରେଳୱେ ଲାଇନ କାମ ତ୍ଵରାନ୍ନିତ କରିବା ପାଇଁ ରେଲମନ୍ତ୍ରୀଙ୍କ ଠାରେ ଦାବୀ..

Share

 

ବରଗଡ,୩ ୵ ୭ (ଉପାନ୍ତ ଖବର)
ଆଜି ନୁଆଦିଲ୍ଲୀ ସ୍ଥିତ ରେଲୱେ ଭବନରେ ରେଳମନ୍ତ୍ରୀ ଶ୍ରୀ ଅଶ୍ମିନୀ ବୈଷ୍ଣବଙ୍କୁ ସକ୍ଷାତ କରି ବରଗଡ଼ ନୁଆଁପଡ଼ା ରେଲୱେ ଲାଇନ ତ୍ଵରାନ୍ନିତ କରିବା ପାଇଁ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ଅଧିକାରୀ ମାନଙ୍କୁ ଡ଼ାକି ତୁରନ୍ତ ସମସ୍ତ ତଥ୍ୟ ସହ ଏହି ରେଲୱେ ଲାଇନ କାମ ସରକାରଙ୍କ ପ୍ରାଥମିକତା ଥିବାରୁ କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨ ହଜାର କୋଟିର ଏହି ପ୍ରକଳ୍ପ ପାଇଁ ଆଗାମୀ ଦିନରେ କ୍ୟାବିନେଟ ଅନୁମୋଦନ ପାଇଁ ରେଲୱେ ବିଭାଗ ପ୍ରସୁତ ହେଉଥିବା ଜଣାପଡ଼ିଛି ।

( ରୁ ଜୟନ୍ତ କୁମାର ସେଠ ଙ୍କ ରିପୋର୍ଟ (ଉପାନ୍ତ ଖବର)