October 5, 2024

ଜାଗା ବାଡି ବିବାଦକୁ ନେଇ ତୁମୁଳ କାଣ୍ଡ।ଉଭୟ ପକ୍ଷଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ।ଘଟଣାର ତଦନ୍ତ କରୁଛି ପୋଲିସ..

Share


ଜାଗା ବାଡି ବିବାଦକୁ ନେଇ ଦାଦା ପୁତୁରାଙ୍କ ମଧ୍ୟରେ ଖଣ୍ଡ ଯୁଧ୍ୟ।ପୁତୁରା ମାଡ଼ରେ ଦାଦା ଗୁରୁତ୍ୱର ହୋଇ ମେଡ଼ିକାଲରେ ଭର୍ତ୍ତି।ଉଭୟଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ।ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ହସିଣା ଗ୍ରାମର ୭ ନଂ ୱାର୍ଡରେ।ତେବେ ଗତକାଲି ମଧ୍ୟାହ୍ନ ସମୟରେ ଜାଗାବାଡି ସମସ୍ୟାକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା।ମାତ୍ର ପ୍ରଭାତ ଦାସଙ୍କ ବଡ଼ ଭାଇ କୀର୍ତ୍ତନ ଦାସଙ୍କ ପୁଅ ସତ୍ୟ ରଞ୍ଜନ ଦାସ କ୍ରୋଧରେ ଜର୍ଜରିତ ହୋଇ ଦାଦା ପ୍ରଭାତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।ଏନେଇ ପ୍ରଭାତ ଦାସଙ୍କ ପୁଅ ସ୍ମୃତି ରଞ୍ଜନ ଦାସ ବାପା ପ୍ରଭାତଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ କୁଜଙ୍ଗ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବା ସହ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆକ୍ରମଣରେ ଶିକାର ହୋଇଥିବା ପ୍ରଭାତ ନ୍ୟାୟଭିକ୍ଷା କରିଛନ୍ତି।
Byte:1-ପ୍ରଭାତ ଦାସ।(ପୁତୁରା ମାଡ଼ରେ ଗୁରୁତ୍ଵର ହୋଇଥିବା ବ୍ୟକ୍ତି)
ଅନ୍ୟପଟେ ପ୍ରଭାତ ଦାସଙ୍କ ପୁତୁରା ତାଥା ବଡ଼ ଭାଇ କୀର୍ତ୍ତନ ଦାସଙ୍କ ପୁଅ ସତ୍ୟ ରଞ୍ଜନ ଦାସ ଦାଦାଙ୍କୁ ମାଡ ମାରିନାହାନ୍ତି ବରଂ ଟଙ୍କା ମାଗିବାରୁ ଦାଦା ପ୍ରଭାତ ଘରୁ ଆସବାପତ୍ର ଫିଙ୍ଗି ଦେବା ସହ ତାଙ୍କ ମା ସଂଯୁକ୍ତା ଦାସଙ୍କୁ ଦା ସାହାଯ୍ୟରେ ହାତକୁ କାଟି ଦେଇଥିବା କହିଛନ୍ତି।
Byte:2-ସତ୍ୟରଞ୍ଜନ ଦାସ।(ପ୍ରଭାତ ଦାସଙ୍କ ପୁତୁରା)
ତେବେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ୍ ତଦନ୍ତ ଜାରୀ ରଖିଥିବା ବେଳେ କିଏ ସତ କହୁଛି ଓ କିଏ ମିଛ କହୁଛି ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)