July 27, 2026

ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

IMG-20240703-WA0013
Share

ବୁଗୁଡା : ତା ୦୩/୦୭/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ସୋରଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର ଓ ଏନ୍ଏସି ଅନ୍ତର୍ଗତ ବାଲିପିଣ୍ଡି ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜୁଲତା ଦାଶ ଜୁନ୍ ମାସର ଅନ୍ତିମ ଦିବସରେ ଅବସର ଗ୍ରହଣ କରିବା ପରେ ସେ ଦୁହିଁଙ୍କୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଇଓ ଚିନ୍ମୟ ମହାପାତ୍ରଙ୍କ ଦ୍ଵାରା ପେନସନ୍ ପେପର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେହିପରି ସମଲାଈ ବରଡା ସାହିସ୍ଥିତ ସେବାଶ୍ରମ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାୟକଙ୍କୁ ମଧ୍ୟ ସ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

You may have missed