August 24, 2026

ଛତ୍ରପୁର ବିଧାୟକ ଙ୍କୁ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

IMG-20240703-WA0014
Share

 

ଛତ୍ରପୁର -୩/୭/୨୪(ସନ୍ତୋଷ ମିଶ୍ର )ସ୍ଥାନୀୟ ପୂବ୍ଲିକ ସ୍କୁଲ ପରିସରରେ NPS ସଙ୍ଘ ର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଛତ୍ରପୁର ର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା NPS ସଙ୍ଘ ର ସଭାପତି କୃଷ୍ଣ ଚନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, NAC ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶ୍ରମିକ ନେତା ନ. ଦୁର୍ୟୋଧନ ରେଡ୍ଡୀ, ସମାଜ ସେବି ପ୍ରଫୁଲ୍ଲ ପଟନାୟକ, ବରିଷ୍ଠ ଓକିଲ ପି. ଧର୍ମା ରେଡ୍ଡୀ, PSTA ସଙ୍ଘ ର ରାଜ୍ୟ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ବେହେରା, EX କ୍ୟାଡର ସଂଘ ର ରାଜ୍ୟ ଉପ ସଭାପତି ବିଷ୍ଣୁ ନାରାୟଣ ପଣ୍ଡା, PSTA ସଙ୍ଘ ର ଉପଦେଷ୍ଟା ରାଜେନ୍ଦ୍ର ମାଝୀ, ଆଦି ମଂଚାସୀନ ଥିଲେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କ ର ଶିକ୍ଷା ଅଧୟନ ପ୍ରତି ଗୁରୁତ୍ୱ ରୋପ କରିଥିଲେ ଛାତ୍ର ଛାତ୍ରୀ ମାନେ ମଧ୍ୟାନ ଭୋଜନରେ ଯେ ଭଳି ଭାବେ ଉତ୍ତମ ଖାଦ୍ୟ ମିଳିବ ସେ ଉପରେ ଗୁରୁତ୍ୱରୋପ କରିଥିଲେ, ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଶିକ୍ଷକ ମାନଙ୍କର ସମାଜରେ ଗୁରୁତ୍ୱ ପୁର୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପଞ୍ଚାନନ ରଥ, ସୁରେଶ ମହାନ୍ତି, କୈଳାଶ ବେହେରା, ପିତାମ୍ବର ବେହେରା, ରାଜେନ୍ଦ୍ର ବେହେରା ସହୟୋଗ କରିଥିଲେ

You may have missed