May 15, 2026

ଘୁମୁସର ଜିଲ୍ଲା ଗଠନ ଦାବିରେ ମନ୍ତ୍ରୀ ଗୋକୁଳା ନନ୍ଦଙ୍କୁ ସ୍ମାରକ ପତ୍ର ପ୍ରଦାନ

IMG-20240702-WA0030
Share

ବୁଗୁଡ଼ା : ତା ୦୨/୦୭/୨୪ : ଘୁମୁସର ବିକାଶ ପରିଷଦ ଭଞ୍ଜନଗର ଓ ବୁଗୁଡ଼ା ଘୁମୁସର ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକଙ୍କ ନେତୃତ୍ୱରେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକଙ୍କୁ ବୁଗୁଡ଼ା ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସାଙ୍ଗକୁ ଘୁମୁସର ଜିଲ୍ଲା ଗଠନ ସମ୍ପର୍କରେ ଏକ ସ୍ମାରକ ପ୍ରଦାନ କରାଯାଇଛି l ଏ ନେଇ ମନ୍ତ୍ରୀ ଗୋକୁଳାନନ୍ଦ କହିଥିଲେ ଯେ, ନୂଆ ଜିଲ୍ଲା ପାଇଁ ଦାବି ଉଠୁଥିବା ବେଳେ ଭିତ୍ତିଭୂମି ଦୃଷ୍ଟିରୁ ଘୁମୁସର ଜିଲ୍ଲାର ପ୍ରାଥମିକତା ରହିଛି ଏବଂ ନୂଆ ସରକାର ନୂଆ ଜିଲ୍ଲା ଗଠନ ନେଇ ବିଚାରକୁ ନେବା ବେଳେ ଘୁମୁସର ଜିଲ୍ଲା ଗଠନ ହେବାର ଯଥେଷ୍ଟ ସମ୍ଭାବନା ରହିଛି l ସେଥି ପ୍ରତି ଘୁମୁସରର ବିଧାୟକମାନେ ମଧ୍ୟ ବେଶ ସଚେତନ ରହିଥିବା ନେଇ ମତ ପ୍ରକାଶ କରିଥିଲେ l ଏହି ପ୍ରତିନିଧି ଦଳରେ ସ୍ଥାନୀୟ ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ଥିଲେ ।