May 13, 2026

ଉମରକୋଟ ରେ ସବ-ଜଜ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

IMG-20240702-WA0016
Share

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ) ସ୍ଥାନୀୟ ବରିଷ୍ଠ ଦେୱାନୀ ଅଦାଲତ ର କାର୍ଯ୍ୟରତ ସବ ଜଜ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର ଙ୍କୁ ବାରିପଦା ବଦଳି ହୋଇଛି ! ଏବଂ ଝରୀଗାଁ ପ୍ରଥମ ଶ୍ରେଣୀ ବିଚାରପତି ସୁଶ୍ରୀ ନିଶା ଅଗ୍ରୱାଲ ଙ୍କୁ ବଦଳି ହୋଇଛି ! ଏ ଅବସର ରେ, ଉମରକୋଟ ଓକିଲ ସଂଘ ତରଫେ, ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥି ରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାଜଜ ଶ୍ରୀଯୁକ୍ତ ଗିରିଜା ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଏବଂ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତୀ ଈରା ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ! ଏ ଅବସରରେ ସମସ୍ତ ଓକିଲ ବନ୍ଧୁ ମାନେ ଓକିଲ ସଂଘ ପରିସର ରେ ଉପସ୍ଥିତ ହୋଇ ଶ୍ରୀ ପାତ୍ର ଙ୍କ ସମେତ ଙ୍କୁ ଶ୍ରୀମତୀ ଅଗ୍ରୱାଲ ଙ୍କୁ ସଙ୍ଘ ତାରଫେ ସମ୍ବର୍ଦ୍ଧନା କରା ଯାଇଥିଲା ! ସଂଘ ର ସଭାପତି ପ୍ରଶାନ୍ତ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ, ସମ୍ପାଦକ ରାମ ନାୟକ , ବରିଷ୍ଠ ସରକାରୀ ଓକିଲ ଝାଡେଶ୍ୱର ମହାନ୍ତି , ଅନ୍ୟତମ ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ, ବରିଷ୍ଠ ଓକିଲ ଶ୍ରୀ ଏଲ. ଭି ରାଓ, ବରିଷ୍ଠ ଓକିଲ କିଶୋର ଚନ୍ଦ୍ର ମିଶ୍ର, ଉପସଭାପତି ପ୍ରଦୀପ ପଟ୍ଟନାୟକ, ସହ-ସମ୍ପାଦକ ସଞ୍ଜୟ ନାୟକ, କୋଷାଧକ୍ଷ ଯୋଗେନ୍ଦ୍ର ମାଝୀ , ଙ୍କ ସମେତ ଓକିଲ ବାଳ କୃଷ୍ଣ ପାତ୍ର, ଅରୁଣ ପଟ୍ଟନାୟକ, ତପନ ଦେବନାଥ , ବିଜୟ ସିଂ, ଶାନ୍ତନୁ ବାହିନୀପତି, ସନ୍ତୋଷ ସାହୁ, ଶଙ୍କର ଦେ, ଅଶୋକ ପାଢ଼ୀ, ମନୋଜ ମହାପାତ୍ର, ହରିହର ଶତପଥୀ, କୃଷ୍ଣ ପଟ୍ଟନାୟକ, ଜୟନ୍ତ ମଜୁମଦାର, ନଳିନୀ ମିଶ୍ର, କୃଷ୍ଣ ନନ୍ଦ, କାଳୀ ନନ୍ଦ, ରାଜେନ୍ଦ୍ର ସାହୁ, ନାଗେଶ ପଟ୍ଟନାୟକ, ଜିତେନ୍ଦ୍ର ମହାନ୍ତି, ଭଗବାନ କଲାର, ଅମଜାଦ ରେହମାନ, ବିବେକାନନ୍ଦ ବୈଦ୍ୟ, ମହମ୍ମଦ ହୁସେନ, ଖେମରାଜ ବାଘ, ହୁମେଶ୍ୱର ହଂସ, ଦେବାଶିଷ ମଲ୍ଲିକ, ତଥା ଜୟଦେବ ଖମାରି ଏବଂ ଅନେକ ଓକିଲ ବନ୍ଧୁ ଉପସ୍ଥିତ ରହିଥିଲେ ।