October 6, 2024

ଦୁର୍ଗମ ଆଦିବାସୀ ମୁଲକରୁ ମୋହନ ସରକାର ଙ୍କୁ ଅପିଲ ବିକାଶ ଖୋଜୁଛି ମଧୁବନ ହେ ସରକାର ଆମ ଗୁହାରି ଶୁଣ

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ହେ ମୋହନ ସରକାର ଆପଣ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଦିବାସୀ ପରିବାର ରୁ ଆପଣ ଆସିଛନ୍ତି ତେଣୁ ଆମର ଦୃଢ଼ ବିଶ୍ୱାସ ଆପଣ ଆଦିବାସୀ ଙ୍କ ସମସ୍ୟା ସମ୍ପର୍କରେ ନିଶ୍ଚିତ ଅବଗତ ଥିବେ । ତେଣୁ ହେ ମୁଖ୍ୟମନ୍ତ୍ରୀ ଆମ ଗୁହାରି ଟିକେ ଶୁଣନ୍ତୁ । ଆମ ସମସ୍ୟାର ସମାଧାନ କରିଦିଅନ୍ତୁ । ହଁ ଆଜ୍ଞା ଏମିତି କିଛି ପୁଳା ପୁଳା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ମଧୁବନ ପଞ୍ଚାୟତ ର ଗ୍ରାମବାସୀ । ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦୁଃଖ ଜଣାଇଛନ୍ତି

ଏ ହେଉଛି ରାୟଗଡା ଜିଲ୍ଲା ଗୁଡାରି ବ୍ଲକ୍ ର ଦୁର୍ଗମ ମଧୁବନ ପଞ୍ଚାୟତ ର ବିଭିନ୍ନ ଗ୍ରାମ । ଅନେକ ମୌଳିକ ସମସ୍ୟାରେ ଛନ୍ଦି ହୋଇ ରହିଛି ଏହି ଆଦିବାସୀ ପଲ୍ଲୀ । ବିକାଶର କିରଣ ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ଯୋଜନ ଦୂରରେ ରହିଯାଇଛି ସରକାରୀ ଯୋଜନା । ନା ଗାଁ କୁ ଅଛି ପକ୍କା ରାସ୍ତା ନା ଗାଁ ରେ ମିଳୁଛି ବିଶୁଦ୍ଧ ପାନୀୟ ଜଳ । ଗ୍ରାମରେ ଶିଶୁ ମାନଙ୍କ ପାଇଁ ମିନି ଅଙ୍ଗନବାଡି କେନ୍ଦ୍ରଟିଏ ବି ନାହିଁ । ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି । ଯାତାୟାତ ର ସୁବିଧା ସୁଯୋଗ ନ ଥିବାରୁ କୌଣସି ଆମ୍ବୁଲାନ୍ସ ବି ଏଠାକୁ ଆସିପାରେ ନାହିଁ । ଜରୁରୀ ସମୟରେ ଖଟିଆ ରେ ବୁହା ହୁଅନ୍ତି ରୋଗୀ । ଗାଁ ଗୁଡ଼ିକ ରେ ପ୍ରାୟ ସମସ୍ତଙ୍କର ଚାଳ ଛପର ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାହାରିକୁ ବି ଘର ଖଣ୍ଡିଏ ମିଳିନାହିଁ । ବାରମ୍ବାର ଦରଖାସ୍ତ ନେଇ ବ୍ଲକ୍ ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆବାସ ଘର ମିଳିପାରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ସରପଞ୍ଚ ଏନେଇ ପ୍ରଶାସନ କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କିଏ ବି ତାଙ୍କ କଥା କର୍ଣ୍ଣପାତ କରିନାହାନ୍ତି । ତେବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ପଲ୍ଲୀ ରୁ ଆସିଥିବା ଲୋକଙ୍କ ସମସ୍ୟା ସମ୍ପର୍କରେ ଗୁରୁତ୍ୱ ଦେଇ ସମାଧାନ କରୁଥିବା ରୁ ଲୋକେ ମୋହନ ସରକାର ଙ୍କ ଉପରେ ପ୍ରଗାଢ ଭରସା ରଖିଛନ୍ତି । ଏନେଇ ଆମ ପ୍ରତିନିଧି ଗୁଡାରି ବିଡିଓ ଙ୍କ ସହ ଯୋଗାଯୋଗ କରିବାରୁ ସମିତି ବୈଠକରେ ଏନେଇ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।ତେବେ ରାଜ୍ୟ ସରକାରଙ୍କ କାନରେଏହି ଦୁର୍ଗମ ପାହାଡି ଇଲାକାର ଡାକ କେବେ ବାଜିବ କେବେ ଦୂର ହେବ ସମସ୍ୟା ଏବେ ଦେଖିବାକୁ ରହିଛି ।