November 25, 2024

ଗଜପତି:- ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ – ୨୦୨୪ ପ୍ରଚାର ରଥ’ର ଶୁଭାରମ୍ଭ

Share

ଗଜପତି ଜିଲ୍ଲା ବ୍ୟାପୀ ଦୀର୍ଘ ୨ ମାସ ଧରି ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ -୨୦୨୪ ପ୍ରଚାର ରଥର ଶୁଭାରମ୍ଭ ଆଜି ସିଡିଏମଓ: ଡ଼ାଃ ଏମ: ମୁବାରକ ଅଲ୍ଲୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।
ବର୍ଷା ମାସରେ ଅଧିକାଂଶରେ ଲୋକଙ୍କୁ ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ରୋଗ ହୋଇଥାଏ । ନାଳ ଓ ପରିବେଶ ସଫାସୁତୁରା ନ ରହିବା ଫଳରେ ସେଠାରେ ମଶା ମାଛିଙ୍କ ବଂଶ ବୃଦ୍ଧି ହେବାରେ ସହାୟକ ହେବା ସହ ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ପ୍ରଭୃତି ରୋଗ ହୋଇଥାଏ ।ଏହି ରୋଗ ଆକ୍ରମଣ ଦାଉରୁ କିଭଳି ନିଜକୁ ସତର୍କତାର ସହ ସୁରକ୍ଷିତ ରଖିପାରିବେ ସେଥିପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି ।
ସିଡିଏମଓ: ଡ଼ାଃ ଅଲ୍ଲୀ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ କରି ଆଜି ଜୁଲାଇ ୧ ତାରିଖ ଠାରୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହିରଥ ଜିଲ୍ଲାବ୍ୟାପୀ ବିଭିନ୍ନ ଗ୍ରାମ ଯାଇ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ରୋଗ ସମେତ ଅନ୍ୟାନ୍ୟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ସଚେତନତା ପ୍ରଚାର୍ ପତ୍ର ମଧ୍ୟ ବଣ୍ଟନ କରିବେ । ଏଥିସହ ଏଏନଏମ: ସ୍ବାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନବାଡି କର୍ମୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତ୍ୟେକ ଘରକୁ ଘର ଯାଇ ରୋଗ ଗୁଡ଼ିକ ଉପରେ ନିରୀକ୍ଷଣ କରିବା ସହ ସମ୍ପୂର୍ଣ ଟିକାକରଣ ବ୍ୟବସ୍ଥା କରାଇ ଉପରୋକ୍ତ ରୋଗ ଗୁଡ଼ିକ ଉପରେ ଲୋକଙ୍କୁ ସଚେତନ କରାଇବେ ବୋଲି କହିଛନ୍ତି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲେପ୍ରୋଷି ଅଫିସର ଡ଼ାଃ ଇନ୍ଦିରା ମହାପାତ୍ର , ଏଡିପିଏଚଓ: ଶ୍ରୀମତୀ ନୟନା ମଲ୍ଲିକ , ଏପିଡେମିଲୋଜିଷ୍ଟ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଏବଂ ସମନ୍ୱିତ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ତୁଷାର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed