May 14, 2026

ଗଞ୍ଜାମ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

IMG-20240702-WA0000
Share

 

ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର ଙ୍କ ସଭାପତିତ୍ବରେ ଗଞ୍ଜାମ ପୋଲିସ ପକ୍ଷରୁ ନୂତନ ଅପରାଧିକ 2023 କାର୍ଯ୍ୟକାରୀତା ନେଇ ଜନ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଭାରତୀୟ ସାକ୍ଷ୍ ଅଧିନିୟମ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀମତୀ ପାତ୍ର ବିସ୍ତୃତ ଭାବେ ବୁଝାଇଥିଲେ l
ପ୍ରତ୍ୟେକ ପିଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ମହିଳା ଏବଂ ଶିଶୁ ଙ୍କ ସୁରକ୍ଷାକୁ ପ୍ରଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଅନ ଲାଇନ ଅଭିଯୋଗର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମଚ ଲିଥିଙ୍ଗ ଏବଂ ସଂଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନର ଅନ୍ତର୍ଭୁକ୍ତ, ସ୍ୱଷ୍ଟ ଓ ସ୍ଵଛ ଅନୁସନ୍ଧନ ସାକ୍ଷୀର ବିବୃତି ଏବଂ ଯାଞ୍ଚ ର ଭିଡିଓ ଓ ଅଡିଓ ରେକର୍ଡିଙ୍ଗ ସମ୍ଭନ୍ଧ ରେ ସଚେତନତା କରାଯାଇଥିଲା l
ଏସ ଆଇ ଅନିରୁଦ୍ଧ ସ୍ୱାଇଁ, ଏ ଏସ ଆଇ ସୁପ୍ରଭା ସାହୁ ଓ ଜି. ଅନନ୍ତ ରାଓ ମଞ୍ଚସିନ ରହିଥିଲେ l ଗଞ୍ଜାମ ପୋଲିସ ଅଧିନସ୍ତ ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l(ପ୍ରଦୀପ କୁମାର ପଣ୍ଡା)