October 6, 2024

56 ବୃକ୍ଷ ରୋପଣ କରି ସମାଜକୁ ସଚେତନତା ବାର୍ତ୍ତା

Share

 

ଗଞ୍ଜାମ : ବୃକ୍ଷ ହିଁ ଜୀବନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଆଗାମୀ ଦିନରେ ବୃକ୍ଷ ବିନା ଜୀବଜଗତ ପାଇଁ ବିପଦର ସଂକେତ ଦେଉଛି l ଅନେକ ସ୍ଥାନରେ ପୂର୍ବରୁ ଲାଗିଥିବା ଗଛ ଗୁଡିକ କାଟାଯାଇ ନୂତନ ଗୃହ ଓ କଳ କାରଖାନା ନିର୍ମାଣ କରାଯାଇ l ଫଳରେ ବର୍ଷାଭାବ ଦେଖାଯିବା ସହ ଭୁତଳ ଜଳସ୍ଥର ନିମ୍ନଗାମୀ ହେଉଥିବା ପରିଲକ୍ଷିତ ହେଉଛି l
ଏହାକୁ ଦୃଷ୍ଟିରେ ରଖି ଓଡିଶା ସମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଦିଗଦର୍ଶନ ଫାଉଣ୍ଡେସନ ସ୍ବେଛାସେବୀ ଅନୁଷ୍ଠାନର ନିର୍ଦ୍ଧେଶକ ଉମାକାନ୍ତ ବେହେରା ତାଙ୍କ 56 ତମ ଜନ୍ମଦିନ ରେ ପ୍ରତିବର୍ଷ ପରି ଚଳିତ ବର୍ଷ 56 ବର୍ଷ ପୂର୍ଣ୍ଣ ଅବସରରେ 56 ଚାରା ରୋପଣ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି l ବନ ବିଭାଗ ସହଯୋଗରେ ଗଞ୍ଜାମ ମହାବିଦ୍ୟାଳୟ ପରିସରରେ କଦମ୍ବ, ଅର୍ଜୁନ, ବାଦାମ, ପିଜୁଳି, ସୀତା ଫଳ
ଏପରିକି ବିଭିନ୍ନ କିସମ ର ଚାରା ରୋପଣ କରିବା ସହ ଲୋକଙ୍କୁ ଚାରା ବଣ୍ଟନ କରି ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ସମାଜକୁ ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଥିଲେ l
ପୂର୍ବତନ କାଉନସିଲର ତଥା ପରିବେଶବିତ ପି. ରାଜୁ ରେଡି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, କାଳିଆ ବେହେରା ପ୍ରଫୁଲ ବେହେରା ଶ୍ରୀକାନ୍ତ
ବେହେରା, ପ୍ରତାପ ବେହେରା ପ୍ରମୁଖ ପ୍ରରିବେଶ ପ୍ରେମୀ ଉପସ୍ଥିତ ରହି ସୁନ୍ଦର କାର୍ଯ୍ୟକ୍ରମ ର ସୁପରିଚାଳଣାରେ ସହଯୋଗ କରିଥିଲେ l(ପ୍ରଦୀପ କୁମାର ପଣ୍ଡା )