November 25, 2024
Share

୧-ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି।

୨-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୩-କେନ୍ଦୁଝରଗଡ଼଼:ଧରଣୀଧର ବିଶ୍ୱବିଦ୍ୟାଳୟରୁ ୨୪ ଅତିଥି ଅଧ୍ୟାପକ ଛଟେଇ।

୪-ଅନୁଗୁଳ, ଟିକରପଡା:କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା । ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

୫-କେନ୍ଦୁଝରଗଡ଼଼,MSP ସ୍ପଞ୍ଜ ଲୁହା କାରଖାନା:ଶ୍ରମିକ ଓ କର୍ମଚାରୀ ଛଟେଇ ପ୍ରତିବାଦରେ ଶ୍ରମିକଙ୍କ ଧାରଣା, ୭ ଦିନ ମହଲତ ଲୋଡିଲେ କର୍ତ୍ତୃପକ୍ଷ।

୬-ମୋହନା ବ୍ଲକ୍ ଶିକ୍ଷାଧୀକାରୀଙ୍କ ଅଜବ ନୋଟିସ, ହେଲମେଟ୍ ନ ପିନ୍ଧିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଟିବ ଦରମା।

୭-ଚଢ଼ା ଦରରେ ଖୁଚୁରା ବିକ୍ରି କଲେ ବ୍ୟବସାୟୀମାନେ ବନ୍ଧା ହେବେ: ମନ୍ତ୍ରୀ

୮-ଖୁବ୍ ଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ହେଲା ଆଲୋଚନା।

୯-ଭୁବନେଶ୍ୱର:PM ଜନମନ ଅଧିନରେ ୨୯ ରାସ୍ତା ନିର୍ମାଣକୁ ମିଳିଲା ମଞ୍ଜୁରି।

୧୦-ହଟିଲା ୨ ବର୍ଷର ପ୍ରତିବନ୍ଧକ, ପୁଣି ଆରମ୍ଭ ହେଲା ଆପାର୍ଟମେଣ୍ଟ ପଞ୍ଜିକରଣ।

୧୧-ଭୁବନେଶ୍ୱର: ଆଜିଠୁ ବିଶ୍ବ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ସର୍ଭିସେସ୍ ରେ ନାମଲେଖା ଆରମ୍ଭ।

୧୨-ବଦଳିବ ଲକ୍ଷ୍ମୀ ବସ୍ ନାଁ; ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’।

୧୩-ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ମିଳିଲା କେନ୍ଦ୍ର ସରକାରଙ୍କ ସଚିବ ପଦବୀ।

୧୪-ନୂଆପଡା:ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଗୁରୁତର, ମେଡିକାଲରେ ଭର୍ତ୍ତି।

୧୫-ବ୍ରହ୍ମପୁର: ଡକାୟତି ଯୋଜନା ଫେଲ୍, ପୋଲିସ କବଜାରେ ୪ ଲୁଟେରା।

୧୬-ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରମାରେ ପହଞ୍ଚାଇବାକୁ ପ୍ରସ୍ତୁତି, ମେଗା ରକେଟ୍‌ ପ୍ରସ୍ତୁତ କରୁଛି ISRO।

୧୭-ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ୩ଟି ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ।

୧୮-ଲଦ୍ଦାଖରେ ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ: ନଦୀ ଅତିକ୍ରମ ବେଳେ ବଢ଼ିଲା ଜଳସ୍ତର, ୫ ଜଣ ଯବାନ ସହିଦ୍‌।

୧୯-ବାରବାଡୋସ୍:ଦ୍ରାବିଡ଼ଙ୍କୁ ଓ୍ୱାର୍ଲ୍ଡ କପ୍‌ ଫେରଓ୍ୱେଲ, ବିରାଟ-ବୁମରା-ହାର୍ଦ୍ଦିକ ଜିତାଇ ଦେଲେ T20 ବିଶ୍ୱକପ୍।

୨୦-ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି।

୨୧-ଦିଲ୍ଲୀ ସ୍ଥିତି ବେହାଲ: ଦିନକରେ ଢାଳିଦେଲା ୪ ମାସର ବର୍ଷା।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed