April 30, 2026

ପୋଷ୍ଟ ଅଫିସ ସମ୍ମୁଖ ମୁଖ୍ୟରାସ୍ତା ଅବସ୍ଥା ଶୋଚନୀୟ

IMG-20240630-WA0181
Share

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପୋଷ୍ଟ ଅଫିସ ସମ୍ମୁଖ ୩୨୬ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡିଛି। ଦୀର୍ଘଦିନ ହେବ ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ କରିଛନ୍ତିି।ମରାମତି ନିମନ୍ତେ ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନଥିବା କହିଛନ୍ତି। ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାରୁ ପିଚୁ ଉଠି ବଡ଼ ବଡ଼ ଗର୍ତ୍ତ ହୋଇଥିବା ରାତ୍ରିକାଳୀନ ବସ୍, କାର୍ ଆଦି ଯାତ୍ରା କରୁଥିବା ଲୋକେ ନାନା ହୋଇରାଣ ହେଉଥିବା ଜଣାପଡିଛି।
ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାନଗଲେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି। ।

ରିପୋର୍ଟ ସଞୀବ କୁମାର ଦାଶ

You may have missed