April 26, 2026

ପ୍ରତୀକ୍ଷାଳୟରୁ ଅଜଣା ଶବ ଠାବ

hand
Share

କାଶୀନଗର
ତା 29/6/24

କାଶୀନଗର ଥାନା ଅନ୍ତର୍ଗତ କେ ସୀତାପୁର ମୁଖ୍ୟ ରାସ୍ତା ପାର୍ଶ୍ଵ ରେ ଥିବା ପ୍ରତୀକ୍ଷାଳୟ ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ଙ୍କ ଶବ ପଡ଼ିଥିବା ସ୍ଥାନୀୟ ବାସନ୍ଦା ଦେଖି ଥିଲେ. ଏହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ କାଶୀନଗର ଥାନା କୁ ସୂଚନା ଦେଇ ଥିଲେ. ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା କରିଥିବା ସୂଚନା ମିଳିଛି. କାଶୀନଗର ଥାନା ଅଧିକାରୀ ସମସ୍ତ ଥାନାକୁ ଏହି ଅଜଣା ବ୍ୟକ୍ତି ଙ୍କ ଶବ ର ଫୋଟୋ ପଠାଇ ତାର ଠିକଣା ପାଇବା ବା ତାର କେହି ନିଜ ଲୋକ ଆସି ଶବ ଚିହ୍ନି ନେବ ବୋଲି ପଠାଇଛନ୍ତି. ବର୍ତମାନ ସେହି ଶବ ପାରଳାଖେମୁଣ୍ଡି ଶବ ବ୍ୟବଚ୍ଛେଦ କେନ୍ଦ୍ର ରେ ତିନି ଦିନ ରହିବ ଯଦି କେହି ଆସୁନାହାନ୍ତି ତେବେ ପାରଳାଖେମୁଣ୍ଡି ପୌରପରିଷଦ ଦ୍ୱାରା ଶବ ସତ୍କାର କରାଯିବ ବୋଲି ସୂଚନା ମିଳିଛି. ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାଇ କିଛି ଦିନ ହେଲା ଏହି ବ୍ୟକ୍ତି ଜଣକ ସୀତାପୁର ଗ୍ରାମରେ ଭିକ୍ଷା ମାଗି ଏଣେ ତେଣେ ବୁଲୁଥିଲା କିନ୍ତୁ ହଠାତ କିମିତି ସେ ମୃତ୍ୟବରଣ କରିଛି ତାହା ପ୍ରକୃତ ଅନୁସନ୍ଧାନ କଲେ ହିଁ ଜଣା ପଡିବ ବୋଲି କହୁଥିବା ସୂଚନା ମିଳୁଛି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର