April 26, 2026

ଆଜିର ବର୍ଷା ଚାଷୀ କୂଳକୁ ଦେବ ଆଶ୍ବସ୍ତି

IMG-20240625-WA0015
Share

କାଶୀନଗର
ତା 25/6/24

ଚଳିତବର୍ଷର ପ୍ରଥମ ମୌସୁମୀ ଜନିତ ବର୍ଷା କାଶୀନଗର ଅଞ୍ଚଳରେପଡି ଚାଷୀ କୁଳ କୁ ଟିକେ ଆଶ୍ବସ୍ତି ଦେଇଛି.
ମୁଖ୍ୟତଃ ବର୍ଷାଜଳ ‌ଉପରେ ଏଠାର ଚାଷୀ ମାନେ ଚାଷ କରିବା ପାଇଁ ନିର୍ଭରଶୀଳ ହୋଇଥାନ୍ତି ।ହେଲେ ଅନିୟମିତ ବର୍ଷା ଚାଷକୁ କାର୍ଯ୍ଯକୁ ପ୍ରଭାବିତ କରିଥାଏ। ଆଇଏମଡି ରିପୋର୍ଟ ଅନୁଯାୟୀ , ଦକ୍ଷିଣରେ ମୌସୁମୀ ସକ୍ରିୟ ଥିଲେ ମଧ୍ୟ କାଶୀନାଗର ଅଞ୍ଚଳ ରେ ଏ ପର୍ଯ୍ୟନ୍ତ ଆଖି ଦୁଶିଆ ବର୍ଷା ହୋଇ ନ ଥିବରୁ ଚାଷୀ ମାନେ ହତାଶ ହୋଇ ପଡିଛନ୍ତି. ଆଜି ଯେଉଁ ବର୍ଷା ପଡିଛି ତାହା କିଛି ମାତ୍ରାରେ ସାହାଯ୍ୟ କରିବ.
ମୌସୁମୀ ବର୍ଷା ସାଧାରଣତଃ ଦକ୍ଷିଣ ଭାରତରେ ପ୍ରାୟ ଜୁନ୍‌ ଏକ ତାରିଖରେ ଆରମ୍ଭ ହୋଇ ଗତ କାଲି ସୁଦ୍ଧା ଏବଂ ଜୁଲାଇ ୮ ସୁଦ୍ଧା ଏହା ସାରା ଓଡିଶା ପହଞ୍ଚିଲା ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି. ଧାନ, କପା , ସୋୟାବିନ, ଆଖୁ ଭଳି ଗୁରୁତ୍ବପୂର୍ଣ୍ଣ ଫସଲ ଚାଷ ପାଇଁ ଏହି ଅଞ୍ଚଳ ବର୍ଷାଜଳ ଉପରେ ନିର୍ଭର କରୁ ଥାନ୍ତି। ତେଣୁ ନିଅଣ୍ଟିଆ ବର୍ଷାଜଳ ଚାଷ ଉପରେ ବ୍ୟାପକ ପ୍ରଭାବ ପକାଇବ ଏବଂ ଏହା ଦ୍ବାରା ଖାଦ୍ୟ ଶସ୍ୟ ଉତ୍ପାଦନ କମି ଦେଶର ଆର୍ଥିକ ବିକାଶରେ ବାଧା ଉପୁଯିବା ଆଶଙ୍କା କରାଯାଉଛି.ତେବେ ନିଜ ବାଡି ବଗିଚାରେ ଆଳୁ,ପିଆଜ,ଅଦା,ରସଣ ଠାରୁ ଆରମ୍ଭ କରି ସବୁଜ ପନିପରିବା,ଶାଗ ଓ ଡାଲି ଜାତୀୟ ଖାଦ୍ୟ ପାଇଁ ବର୍ଷା ଜଳର ଖୁବ୍ ଆବଶ୍ୟକତା ରହିଥାଏ।
ପୌଷ୍ଟିକ ଖାଦ୍ୟ ଓ ପନିପରିବା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପ୍ରୟାସ ଜାରି କରି ସମାଜରେ ଏକ ନୂଆ ବାର୍ତ୍ତା ସୃଷ୍ଟି ହୋଇ ଏକ ସୁସ୍ଥ ସମାଜ ସୃଷ୍ଟି ହୋଇପାରିବ ।ଏ ଦିଗ ପ୍ରତି ସ୍ଥାନୀୟ ପ୍ରଶାସନ କେବେ ମେଗା ପ୍ରୋଜେକ୍ଟ ଦ୍ୱାରା ଜଳ ଯୋଗାଣ କରି ଚାଷୀ କୁଳ କୁ ଏହି ସମସ୍ୟାରୁ ମୁକ୍ତ କରିବେ
ଓ କୃଷି ବିଭାଗର କାର୍ଯ୍ୟ ଦକ୍ଷତା ତଥା ଚାଷୀଙ୍କ ଆନ୍ତରିକତା ପ୍ରତି ସାଧାରଣ ଖାଉଟି ନିର୍ଭର କରୁଥିବା ବେଳେ ସରକାର ଏଥିପାଇଁ କେତେଦୂର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର