July 26, 2026

ସଂଜୀବନୀ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳନ ।।

ikhoiu
Share

 

କେନ୍ଦ୍ରାପଡ଼ା
କେନ୍ଦ୍ରାପଡା ଜିଲ୍ଲା ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିରର ଅଧ୍ୟକ୍ଷ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ଚିତରଞ୍ଜନ ଆଚାର୍ଯ୍ୟ ଓ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ନିର୍ଦ୍ଧେଶନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାୟ ୪୦ରୁ ଅଧିକ ବିଜ୍ଞାନ ପ୍ରକଳ୍ପ ଏବଂ ତତ୍ସହିତ ବିଜ୍ଞାନ ବିଷୟ ସମ୍ବଳିତ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରପତି ଏବଂ ସମ୍ମାନିତ ଅତିଥି ଭାବେ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ଜେନା ଓ ମୁଖ୍ୟବକ୍ତା ଭାବରେ ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ସାଇସ୍ୱାତୀ ପତି, ପ୍ରଦୀପ କୁମାର ସାହୁ, ଯଶଶ୍ରୀ ଦାସଙ୍କୁ କନିଷ୍ଠ ବିଭାଗରୁ ସୁଶ୍ରୀ ସୁନନ୍ୟା ମିଶ୍ର, ସୁଧାଂଶୁ ନାୟକ, ଭକ୍ତିପ୍ରିୟା କମଲଙ୍କୁ ସବ୍ଜୁନିଅର ଭାବେ ଏବଂ ନିତୁଶ୍ରୀ ଦାସ, ଦେବାର୍ଚ୍ଚନ ଆଚାର୍ଯ୍ୟ, ମନିଷ ପୃଷ୍ଟିଙ୍କୁ ବରିଷ୍ଠ ବିଭାଗରୁ ଚୟନ କରାଯାଇଥିଲା । ବିଦ୍ୟାମନ୍ଦିରର ବିଜ୍ଞାନ ଶିକ୍ଷକ କାଳନ୍ଦୀ ସାହୁ, ବିଶ୍ୱଭୂଷଣ ପ୍ରହରାଜ, ପୂଜା ରାଉତ ବିଜ୍ଞାନ ପ୍ରଦର୍ଶନୀ ପରିଚାଳନା କରିଥିବା ବେଳେ ଚିତ୍ରକଳା ପ୍ରଦର୍ଶନୀକୁ ଅଜୟ କୁମାର ମହାଳିକ ଓ ମାନସୀ ବାରିକ ପରିଚାଳନା କରିଥିଲେ । ଅନ୍ୟ ଗୁରୁଜୀଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଜ୍ଞାନ ପ୍ରଦର୍ଶନୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସାଂସ୍କୃତିକ ପ୍ରମୁଖ ସଦାଶିବ ପଣ୍ଡିତ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ଗୋକୁଳ