July 3, 2024

ଉମରକୋଟ ଠାରେ ବିଭିନ୍ନ ସ୍ଥାନରେ ଯୋଗ ଦିବସ ପଳିତ………

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)୨୧/୦୬/୨୪,ଆଜି ଯୋଗ ଦିବସ ସାରା ଦେଶରେଏବଂ ଆମ ରାଜ୍ୟରେ ପାଳନ କରାଯାଇଥିବା ବେଳେ ,ସେହିପରି ଉମରକୋଟ ସହରର ବିଭିନ୍ନ ସ୍ଥାନରେ ପାଳନ ହୋଇଥିବା ବେଳେ ଉମରକୋଟ ପେଣ୍ଡରାଣୀ କଲେଜ ପଡ଼ିଆରେ ବୁଦ୍ଧି ଜୀବୀ ମାନଙ୍କ ସହ କଲେଜର ଅଧ୍ୟାପକ ମାନଙ୍କ ଏବଂ ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ମାନେ ଯୋଗ ଦେବା ସହ ଭାରତୀୟ ଜନତା ପାର୍ଟିରକାର୍ଯ୍ୟକର୍ତା ମାନେ ମଧ୍ୟ ଯୋଗ ଦେଇ ଯୋଗ ଭ୍ୟାସ କରିଥିଲେ। ଯୋଗ ଅଭ୍ୟାସ ପ୍ରାମ୍ଭରେ ଯୋଗ ଗୁରୁ ପ୍ରଦୀପ କୁମାର ଆର୍ଯ୍ୟ ଯୋଗଦେଇ ଯୋଗା ଅଭ୍ୟାସ କରିବା ଦ୍ୱାରା ସମସ୍ତେ କିପରି ସୁସ୍ଥ ରହିପରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରାମ୍ଭରେ ଉପସ୍ଥିତ କଲେଜ ଅଧ୍ୟାପକ ଶ୍ରୀ ଅନୀଲ କୁମାର ମିଶ୍ର, ଙ୍କ ସହ ଜିଲ୍ଲା ହିନ୍ଦୁ ସଂଘଠନର ସଭାପତି କୃପା ରାମ ସାହୁ,ଜିଲ୍ଲା ଆର, ଏସ,ଏସ ର ସମ୍ପାଦକ ଶ୍ରୀ ସୁନୀଲ କୁମାର ବେହେରା,ଉମରକୋଟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟଟିକୁ ଆରମ୍ଭ କରିଥିଲେ।ଏଥିରେ ଶତାଧିକ ଲୋକଯୋଗ ଦେଇ ଯୋଗ କରିଥିଲେ।ଏହି ଯୋଗ ଶିବିରରେ ବରିଷ୍ଠ ଓକିଲ ଅଶୋକ ପାଢ଼ୀ, ରାମ ନାୟକ, ଗୋପୀନାଥ ସାହୁ ,ସଂଗ୍ରାମ ପଟନାୟକ, ସହ ବହୁ ବୁଦ୍ଧିଜୀବୀ,ସମାଜ ସେବୀ ,ମାନେ ଯୋଗଦେଇଥିଲେ।