April 29, 2026

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ ।

IMG-20240621-WA0047
Share

 

ରାୟଗଡ଼ା: ଯୋଗ ଦ୍ଵାରା ମଣିଷ କେବଳ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ। ଯୋଗର ଉପକାରିତା ଏବଂ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପରେକ୍ଷୀରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପତାଞ୍ଜଳି ଯୋଗ ସଂସ୍ଥାର ଅନୁଦେଷ୍ଟା ତଥା ଯୋଗଗୁରୁ ରାଜେଶ ଜୀ ଯୋଗୋଦେଇ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗାସନ ଅଭ୍ୟାସ ପୂର୍ବକ ଉପସ୍ଥିତ ଛତ୍ରଛାତ୍ରୀଙ୍କ ପାଇଁ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ସହ ସମସ୍ତ ଶିକ୍ଷକ ଅଂଶଗ୍ରହଣ କରିଥିବା ବେଳେ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର, ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର ଓ ନିର୍ଦ୍ଦେଶକ ଡ଼ଃ.ରାଜେଶ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଦିନ ଯୋଗ କରି ନିଜ ସ୍ବାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଛାହିତ କରିଥିଲେ ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ