April 26, 2026

ସବୁ ଚିକଚିକ ମାରୁଥିବା ଦ୍ରବ୍ୟ ସୁନା ନୁହେଁ, ଏହାର ପ୍ରମାଣ ନିମାପଡା ଡାକ୍ତରଖାନା ..

IMG-20240617-WA0002
Share

 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ ପରେ ଆଜି ପ୍ରଥମ ଥର ନିମାପଡ଼ା ଗ୍ରସ୍ତ କରି ଥିବା ବେଳେ ଖେଲାର , କାଜିପାଟଣା ରେ ଥିବା ମହାବୀର ଓ ରାମ ମନ୍ଦିରରେ ଦର୍ଶନ କରି ନିମାପଡ଼ା ପାଟପୁର ରେ ଥିବା ବାସୁଦେବ ଠାକୁରଙ୍କ ଆର୍ଶୀବାଦ ଲାଭ କରିବା ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଥିଲେ । ଡାକ ବଙ୍ଗଳା ରେ ଉପମୁଖ୍ୟମନ୍ତ୍ରୀ ଙ୍କୁ ବିଭିନ୍ନ ବର୍ଗର ଲୋକେ ସମ୍ବର୍ଦ୍ଧିତ କରିଥିବା ପରେ ପୂର୍ତ୍ତ ବିଭାଗ ବଙ୍ଗଳାରେ ପିପିଲି କୋଣାର୍କ ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବର୍ଷା ଦିନ ପୂର୍ବରୁ ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବା ସହିତ ନିମାପଡ଼ା ସରକାରୀ ଡାକ୍ତରଖାନାକୁ ଯାଇ ସ୍ଵାସ୍ଥ୍ୟ ସେବା ନିରୀକ୍ଷଣ କରିଥିଲେ । ଡାକ୍ତର ଖାନାରେ ୬ଜଣ ଡାକ୍ତର ଥିବା ବେଳେ ଜଣେ ଡାକ୍ତରରେ ଡାକ୍ତର ଖାନାରେ ସେବା ଯୋଗାଇ ଦିଆଯାଉଥିବା ନଜରକୁ ଆସିବା ପରେ ଅବଶିଷ୍ଟ ଡାକ୍ତର କଣ ପାଇଁ ଛୁଟିରେ ରହିଛନ୍ତି ସେ ନେଇ ପୁରୀ ସିଡିଏମିଓ ଙ୍କ ସହିତ ଆଲୋଚନା କରି ନିମାପଡ଼ାରେ ରୋଗୀ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ