October 6, 2024

ଗୁଣୁପୁର ତଲାରି ରଥଯାତ୍ରାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେଉ

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଆଉ କିଛି ଦିନ ପରେ ବିଶ୍ଵ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଖୁବ ପ୍ରସିଦ୍ଧ ଓ ନିଆରା । ସମଗ୍ର ଦକ୍ଷିଣ ଓଡ଼ିଶାରେ ଗୁଣୁପୁର ଠାରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ବେଶ ନିଆରା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ । ଏଠାରେ ଗୋଟିଏ ପଥରେ ଦୁଇଟି ରଥ ଗଡେ । ଦୁଇଟି ଜଗନ୍ନାଥ ମନ୍ଦିର ପାଇଁ ଦୁଇଟି ରଥ ଓ ଗୋଟିଏ ଗୋଟିଏ ରଥରେ ଚତୁର୍ଥ।ବିଗ୍ରହ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ପୂର୍ବବର୍ଷ ମାନଙ୍କରେ ବେଶ ଆଧ୍ୟାତ୍ମିକ ବିଚାର ଭାବନାରେ ଏଠାରେ ରଥଯାତ୍ରା ପାଳନ ହେଉଥିବା ବେଳେ ଗତ ଗତ ସାତ ଆଠ ବର୍ଷ ଧରି ଆଉ ଏସବୁ ଦେଖିବାକୁ ମିଳୁନାହିଁ । ପୂର୍ବରୁ ଓଡ଼ିଶାର ସୁନାମଧନ୍ୟ ପ୍ରବଚକଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ, ବିଖ୍ୟାତ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହେଉଥିଲା । ବହୁ ଦୂର ଦୁରାନ୍ତ ରୁ ଲୋକମାନେ ଆସି ଏସବୁ ଉପଭୋଗ କରୁଥିଲେ । ବର୍ତ୍ତମାନ ଏସବୁ ଆଉ ନାହିଁ । ମିନାବଜାର,ସ୍ଥାନୀୟ କିଛି କଳାକାର ଙ୍କ ଦ୍ଵାରା ଭକ୍ତି ସଙ୍ଗୀତ, ନୃତ୍ୟ ପରିବେଷଣ ହେଉଛି । ଯାହା ଫଳରେ ଲୋକଙ୍କ ଆଗ୍ରହ କମିଯାଉଥିବା କୁହାଯାଉଛି । ତେଣୁ ପୂର୍ବଭଳି ଆଧ୍ୟାତ୍ମିକ ବିଚାର ଭାବଧାରା କୁ ନେଇ ରଥଯାତ୍ରା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଉ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।

You may have missed