April 28, 2026

ଦିଲ୍ଲୀରେ ଏଆଇସିସି ସଭାପତିଙ୍କୁ ଭେଟିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି

IMG-20240616-WA0022
Share

 

କୋରାପୁଟ ଜିଲାରେ ଜୟପୁର କଂଗ୍ରେସର ସଫଳତା ସହ ରାଜ୍ୟରେ ଦ ଦଳର ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଜୟପୁ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ଦିଲ୍ଲୀରେ ଏଆଇସିସିର ସଭାପତି ଓ ବରିଷ୍ଠ ନେତୃବୃନ୍ଦ ଆଲୋଚନା କରିଛନ୍ତି। ଜୟପୁର ବିଧାୟକ ଶ୍ରୀ ବାହିନୀପତିଙ୍କ ସାଥ୍‌ରେ ଏଆଇସିସିର ବରିଷ୍ଠ ନେତାଙ୍କ ସାକ୍ଷାତ ବେଶ ସକାରାତ୍ମକ ରହିଛି । ଉତ୍କଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ, ରାଜ୍ୟ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଅଜୟ କୁମାର, ସମ୍ପାଦକ ସି. ଭେଣୁଗୋପାଳଙ୍କୁ ଜୟପୁର ବିଧାୟକ ଶ୍ରୀ ବାହିନୀପତି ଭେଟିଛନ୍ତି। ଦେଶରେ ଇଣ୍ଡିଆ ମେଣ୍ଟର ସଫଳତାକୁ ନେଇ ତାରା ଉପରୋକ୍ତ ନେତାଙ୍କୁ ଶୁଭେଛା ବାର୍ଭା ଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲାରେ କଂଗ୍ରେସ ଦଳ ସଫଳତା ହାସଲ କରିପାରିଲା ଏବଂ ଗତ ଥର ଅପେକ୍ଷା ଚଳିତ ନିର୍ବାଚନରେ କଂଗ୍ରେସ ୯ଟିରୁ ୧୪ ଆସନ ଜିତିବା ସହ ଗୋଟିଏ ସାଂସଦ ଆସନ ମଧ୍ୟ ହାତେଇଛି। ସେହି ବିଜୟୀ ବିଧାୟକଙ୍କ ମଧ୍ୟରେ କୋରାପୁଟ ଜିଲାର ୩ ବିଧାୟକ ରହିଛନ୍ତି। କହିବାକୁ ଗଲେ କୋରାପୁଟ ଜିଲା ବିଜେଡି ଗଡ଼ ଥିଲା। ତାକୁ ଭାଙ୍ଗି ଦେଇ ଏଠାରେ ତିନୋଟି ବିଧାୟକ ଜିତିଛନ୍ତି। ହେଲେ ରାଜ୍ୟରେ କାହିଁକି କଂଗ୍ରେସ ଦଳ ସଫଳତାର ଶୀର୍ଷରେ ପହଞ୍ଚି ପାରିନଥିଲା ସେସମ୍ପର୍କରେ ବରିଷ୍ଠ ନେତୃବୃନ୍ଦଙ୍କ ସହ ବିଧାୟକ ଶ୍ରୀ ବାହିନୀପତିଙ୍କ ଆଲୋଚନା ହୋଇଥିଲା। ତତ୍ ସଙ୍ଗେସଙ୍ଗେ ରାଜ୍ୟରେ ନୂତନ ଭାବେ ଗଢ଼ିଥିବା ବିଜେପି ସରକାରଙ୍କୁ କିପରି ଘେରା ଯିବ ତାକୁ ନେଇ ଏଆଇସିସି ନେତୃବୃନ୍ଦ ଜୟପୁର ବିଧାୟକ ଶ୍ରୀ ବାହିନୀପତିଙ୍କ ସହ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ପିସିସି ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହୋଇଥିଲା କି ବୋଲି ବିଧାୟକଙ୍କୁ ପଚାରିବାରୁ ସଂଗଠନକୁ ନେଇ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି। ପିସିସି ପରିବର୍ତ୍ତନ ହାଇକମାଣ୍ଡଙ୍କ ନିଷ୍ପରି ବୋଲି ବିଧାୟକ ଶ୍ରୀ ବାହିନୀପତି ପ୍ରକାଶ କରିଛନ୍ତି । ବିଧାନସଭାରେ ବିରୋଧୀ ଦଳର ନେତା ଚୟନ କାହାକୁ କରାଯିବ ତାକୁ ନେଇ ଆଲୋଚନା ହୋଇଛି । ସେହି ପଦବୀ କାହାକୁ ଦିଆଯିବ ତାହା ଦଳର ହାଇକମାଣ୍ଡଙ୍କ ନିଷ୍ପଭି ଉପରେ ନିର୍ଭର କରୁଛି ବୋଲି ବିଧାୟକ ଶ୍ରୀ ବାହିନୀପତି ପ୍ରକାଶ କରିଛନ୍ତି ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା