ସିସି଼ଡି ଆନୁକୁଲ୍ୟରେ ପଞ୍ଚାୟତପ୍ରତିନିଧିଙ୍କ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି:୨/୩ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପାନୀୟ ଜଳ ବିଭାଗ, ରାଜ୍ୟ ସରକାରଙ୍କ ସହାୟତାରେ ଗଜପତି ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ସହଯୋଗରେ ପଞ୍ଚାୟତ ପ୍ରତିନିଧିଙ୍କ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ ର 9 ଟି ଗ୍ରାମ ପଞ୍ଚାତର 26 ଜଣ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟା ମିଳିତ ଭାବେ ପ୍ରଦ୍ୱୀପ ପ୍ରୋଜ୍ୱଳନ କରି ଉଦଘାଟନ କରିଥିଲେ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପାନୀୟ ଜଳ ବିଭାଗ, ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଶ୍ରୀମତି ସୁଶିଳା ମିଶ୍ର ଓ ଶ୍ରୀ ସୁଭ୍ରାଂଶୁ ସେଖର ପଟ୍ଟନାୟକ ପ୍ରମୁଖ ମୁଖ୍ୟ ତାଲିମଦାତା ଭାବେ ଉପସ୍ଥିତ ରହି ଏହି ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପଞ୍ଚାୟତିରାଜରେ ୱାର୍ଡ ସଭ୍ୟସଭ୍ୟାଙ୍କ ଦାୟୀତ୍ୱ ଓ ଭୂମିକା ଉପରେ ତାଲିମଦାତା ପ୍ରଶିକ୍ଷଣ ଦେଇଥିଲେ । ମହିଳା ସଭ୍ୟସଭ୍ୟାଙ୍କ ଭୂମିକା ଓ ସେମାନଙ୍କର ସକ୍ରୀୟ ଅଂଶଗ୍ରହଣ ଉପରେ ଯୋର ଦିଆଯାଇଥିଲା । ଗ୍ରାମ ଓ ପଞ୍ଚାୟତର ସାମୁହିକ ଉନ୍ନତି ଉପରେ ସରକାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଦାୟୀତ୍ୱ ଦେଇଥାନ୍ତି ତେଣୁ ଗ୍ରାମର ଉନ୍ନତି ପାଇଁ ୱାର୍ଡ ସଭ୍ୟସଭ୍ୟାଙ୍କ ଭୂମିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଭିନ୍ନ ପାୱାରପଏଣ୍ଟ୍ ମାଧ୍ୟମରେ ତାଲିମଦାତା ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ୱାର୍ଡ ସଭ୍ୟସଭ୍ୟାଙ୍କ ସକ୍ରୀୟ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟା ମାନେ ପଞ୍ଚାୟତି ରାଜ ବ୍ୟବସ୍ଥା, ସରକାରଙ୍କର ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଉପରେ ଜ୍ଞାନ ଅର୍ଜନ କରିଥିଲେ । ତୃତୀୟ ଦିନରେ ତରଙ୍ଗଡା ଗ୍ରାମ ପଞ୍ଚାୟତର 3 ଟି ଗ୍ରାମ ଓ ବନବିଭାଗ ତରଫରୁ ହୋଇଥିଲା ନର୍ସରୀ ପରିଭ୍ରମଣ କରିଥିଲେ । ଏହି ପରିଭ୍ରମଣ ସମୟରେ ତରଙ୍ଗଡା ଗ୍ରାମ ପଞ୍ଚାୟତର ମୋନରେଗା ସାଥି, ବନବିଭାଗ କର୍ମଚାରୀ ଏବଂ ସିସିଡି ର କର୍ମଚାରୀ ପ୍ରମୂଖ ସହାୟତା କରିଥିଲେ ଏବଂ ପରିଶେଷରେ ସିସିଡି ତାଲିମଗୃଗଠାରେ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜ୍ୟ ସରକାରଙ୍କ ତରଫରୁ ମିଳିତ ଫୋଟ ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।(ଗରୁଡ଼ ଧ୍ଵଜ ଚୌଧୁରୀ)