June 27, 2026

ଗଜପତି ଜିଲ୍ଲାର ଭିନ୍ନକ୍ଷମ ମାନେ ମାସିକ ପେନସନ ବୃଦ୍ଧି ନେ଼ଇ ପାରଳାଖେମୁଣ୍ଡି ବିଧାୟକଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ

knkn
Share

 

ପାରଳାଖେମୁଣ୍ଡି:୨/୩ଗଜପତି ଜିଲ୍ଲା ଭିନ୍ନକ୍ଷମ ମାନେ ମାସିକ ପେନସନ ବୃଦ୍ଧି ସମ୍ପର୍କରେ ଭୁବନେଶ୍ୱର ଠାରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପି ଏମ୍ ଏ ୱାଇ ଯୋଜନାରେ ଘର ବଣ୍ଟନ କରୁନାହାନ୍ତି । ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ପାଇଁ ଗଜପତି ଜିଲ୍ଲାର ଶାରୀରିକ ଅକ୍ଷମମାନେ ଭୁବନେଶ୍ୱର ଗସ୍ତ କରି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କୁ ଅନୁରୋଧ କରିଛନ୍ତି । ବିଧାୟକ ଶ୍ରୀ ରାଓ ଭିନ୍ନକ୍ଷମ ମାନଙ୍କ ମଙ୍ଗଳ ସକାଶେ ନିଶ୍ଚିତ ଭାବେ ବିଧାନସଭା ରେ ଆବଶ୍ୟକ ପ୍ରଶ୍ନ ଦ୍ଵାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଭିନ୍ନକ୍ଷମ ମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।(ଗରୁଡ଼ ଧ୍ଵଜ ଚୌଧୁରୀ)

You may have missed