October 6, 2024

ରାୟଗଡା ରାଜନୀତି ସରଗରମ ଖୁବଶୀଘ୍ର ବିଜେପି ରେ ସାମିଲ ହେବେ ଜିଲ୍ଲାର ନେତା ଓ କର୍ମୀ ..

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ସରିଛି ସାଧାରଣ ନିର୍ବାଚନ । ନୂଆ ସରକାର ବି କେନ୍ଦ୍ର ଓ ରାଜ୍ୟରେ ଗଠିତ ହୋଇ ସାରିଛି । ହେଲେ ଏବେବି ଉଷ୍ଣ ଓ ସରଗରମ ରାୟଗଡା ରାଜନୀତି । ରାଜ୍ୟରେ ବିଜେଡ଼ି ଶୋଚନୀୟ ପରାଜିତ ହେବା ପରେ ବହୁମତ ହାସଲ କରି ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ତେବେ ରାୟଗଡା ଜିଲ୍ଲାର ରାଜନୀତି ଟିକେ ଭିନ୍ନ ଧରଣର ହୋଇଛି । ଏଠାରେ ନା ବିଜେଡି ନା ବିଜେପି ଉଭୟେ ମାଟି କାମୁଡ଼ିଥିବା ବେଳେ କଂଗ୍ରେସ ଜିଲ୍ଲାର ତିନି ଗୋଟି ଆସନ ଗୁଣୁପୁର, ବିଷମକଟକ ଓ ରାୟଗଡା ରେ ବିଜୟ ହାସଲ କରିଛି । ଜିଲ୍ଲା ବିଜେଡି ର ତୁଙ୍ଗ ନେତା ମାନେ ଏଠି ସମ୍ପୂର୍ଣ୍ଣ ଫେଲ ମାରିଥିବା ବେଳେ ବିଜେପିର ଦୁର୍ବଳ ସଂଗଠନ ଦଳ କୁ ବିପର୍ଯ୍ୟସ୍ତ କରିଛି । ତେବେ ଆଗକୁ ବିଜେଡି କଡ଼ ଲେଉଟାଇବା ତଥା ଆଞ୍ଚଳିକ ଦଳ ର ଭରସା ନ ଥିବା ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ୟରେ ବିଜେଡି ର ବରିଷ୍ଠ ଓ ଅଭିଜ୍ଞ ନେତା, ମନ୍ତ୍ରୀ ଏବେ ବିଜେପି ରେ । ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି । ତେଣୁ ଅନ୍ୟ ଉପାୟ ନ ପାଇ ଏବେ ରାୟଗଡା ଜିଲ୍ଲାର ବିଜେଡି ବିଜେପି ରେ ସାମିଲ ହୋଇ ଅଞ୍ଚଳ ର ସାମଗ୍ରିକ ବିକାଶ କରିବା ଦିଗରେ ଅଗ୍ରସର ହେବ ବୋଲି ସାମାଜିକ ଗଣମାଧ୍ୟମ ରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଏନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଥିବା ଆଲୋଚନା ହେଉଛି । ତେବେ ସ୍ଥାନୀୟ ବିଜେପି ତଥା ରାଜ୍ୟ ବିଜେପି ଏହାକୁ କିପରି ଗ୍ରହଣ କରୁଛନ୍ତି ଆଗାମୀ ରଣନୀତି କଣ ରହିବ ତାହା ସମୟ କହିବ ।