September 29, 2024
Share

୧-ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ରେ ଏଠି ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ।

୨-ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଟଚମଟ,ନବୀନ ନିବାସରେ ନବୀନଙ୍କ ବଡ଼ ଭାଇଙ୍କ ପୁଅ ଅରୁଣ ପଟ୍ଟନାୟକ।

୩-ଭୁବନେଶ୍ୱର:୧୭ରେ ଖୋଲିବ ସ୍କୁଲ, ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କର୍ତ୍ତୃପକ୍ଷ।

୪-ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ,ପ୍ରଥମ ଦିନରେ ଆବେଦନ କଲେ ୨୨ ହଜାର।

୫-ରାଜ୍ୟରେ ନୂଆ ସରକାର,ସବୁ ସସପେନ୍ସରେ, କିଏ ହେବ ମୁଖ୍ୟମନ୍ତ୍ରୀ ଏଯାଏଁ ମିଳିନାହିଁ ଉତ୍ତର।

୬-ଭୁବନେଶ୍ୱର: ଚଳିତ ବିଧାନସଭାରେ ବସିବେ ୧୦୭ କୋଟିପତି।ଅଧାରୁ ଅଧିକ ବିଧାୟକ ଦାଗି। ମହିଳା ବିଧାୟକଙ୍କ ସଂଖ୍ୟା ୧୧।

୭-ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା।

୮-ପୁରୀ:ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ,ଭକ୍ତ ମହଲରେ ଅସନ୍ତୋଷ।

୯-ଭୁବନେଶ୍ୱର:ଜମି ଦୁର୍ନୀତିରେ ପଶିବ କି ଇଡି ?,ନେତା ଅଫିସର ଛାନିଆ।

୧୦-ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି,SRCଙ୍କ ଦ୍ବିତୀୟ ତଦନ୍ତ ବୈଠକ ଅନୁଷ୍ଠିତ।

୧୧-ଆସୁଛି ମୈ।ସୁମୀ, ଜୁନ୍ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ।

୧୨-ଖୋର୍ଦ୍ଧା ବିଧାୟକ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍, ବୁଥ୍‌ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ।

୧୩-ଜଳେଶ୍ଵର, ମହୁଲିଆ ଗ୍ରାମ: ସାବିତ୍ରୀ ବ୍ରତ ପୂଜାକୁ ନେଇ ଦୁଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳ କାଣ୍ଡ।

୧୪-କମିସନରେଟ୍ ପୋଲିସ ହାତରେ ବାଇକ୍ ଲୁଟେରା: ଦିନରେ ପୂଜକ ସାଜୁଥିଲେ, ରାତିରେ କରୁଥିଲେ ବାଇକ୍ ଚୋରି।

୧୫-୬ ମାସ ପାଇଁ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ, ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଦେଲେ କାରଣ।

୧୬-ତୃତୀୟଥର ପାଇଁ ସରକାର ଗଠନ କରିବ ଏନଡିଏ । ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀଭାବେ ଶପଥ ନେବେ ମୋଦୀ।

୧୭-ବିଭିନ୍ନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କରେ ସରକାରୀ ଚାକିରି; ପୂରଣ ହେବ ପାଖାପାଖି ୧୦ ହଜାର ପଦବୀ।ୱେବ୍‌ସାଇଟ୍‌ ibps.in କୁ ଯାଇ ଆବେଦନ କରିପାରିବେ।

୧୮-ନୂଆ ଦିଲ୍ଲୀ: ସମସ୍ତ ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ।

୧୯-ଲୋକସଭା ନିର୍ବାଚନ ପରେ ଏବେ ୫ ରାଜ୍ୟର ବିଧାନସଭା ଉପରେ ସମସ୍ତଙ୍କ ନଜର: ବିଜେପି ଫୋକସ୍‌ରେ ମହାରାଷ୍ଟ୍ର ଓ ହରିଆଣା।

୨୦-୬.୫ ପ୍ରତିଶତ ରେପୋ ରେଟ୍ ଅପରିବର୍ତିତ ରଖିଲା ଆରବିଆଇ । ଲୋକଙ୍କୁ ଶସ୍ତା ଋଣ ଏବଂ କମ୍ ଇଏମଆଇ ପାଇଁ ଆହୁରି କରିବାକୁ ପଡିବ ଅପେକ୍ଷା।

୨୧-ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୫ ନକ୍ସଲ ନିହତ।

୨୨-ନୂଆ ଦିଲ୍ଲୀ:ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଓପନିଂ କରିବେ ବିରାଟ କୋହଲି ? ମ୍ୟାନେଜମେଣ୍ଟ ନେଲା ବଡ଼ ନିଷ୍ପତ୍ତି।

୨୩-ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ।

*🙏 ସୁପ୍ରଭାତ 🙏*