September 29, 2024

ବୁଗୁଡ଼ା ବ୍ଲକର ମେଟ୍ରିକ୍ ଟପ୍ ଟେନ୍ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

Share


ବୁଗୁଡା : ତା ୦୭/୦୬/୨୪ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବେଚ୍ଛାସେବୀ ସଙ୍ଗଠନ “ପ୍ରେମ” ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଜାକବ୍ ଥୁନ୍ଦେଲ୍ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର , ସମ୍ମାନିତ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଏ ଅବସରରେ ଚଳିତ ବର୍ଷ ମେଟ୍ରିକ ବୋର୍ଡ ପରୀକ୍ଷାରେ ୫୫୩ ମାର୍କ ହାସଲ ବୁଗୁଡା ବ୍ଲକ ଟପର ରୂପେ ବିବେଚିତ ହୋଇଥିବା ମା କାଳୀ କୃଷକ ବିଦ୍ଯାପୀଠ, ପୋଚାଲୁଣ୍ଡିର ଛାତ୍ର ଦୀପକ କୁମାର ବେହେରା , ୫୪୦ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ତରପଡା ଶାଙ୍କୁଳାଈ ବିଦ୍ଯାପୀଠର ଛାତ୍ର ସ୍ବସ୍ତି ସ୍ବରାଜ ଶତପଥିଙ୍କ ସମେତ ପିପୁଲ୍ସ ହାଇସ୍କୁଲ, ବୁଗୁଡ଼ାର ଛାତ୍ର ଓମ୍ କୁମାର ଗୌଡ(୫୩୨) , ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜେ.ସ୍ନେହାରାଣୀ ପାତ୍ର (୫୩୧) , ଶ୍ରୀୟା ସାହୁ (୫୨୮) , ଇଶାରାଣୀ ପଣ୍ଡା (୫୧୯) ଓ କମଳିନୀ ପ୍ରଧାନ (୫୧୧) , ଶ୍ରୀ ଗୋପିନାଥ ବିଦ୍ୟାପୀଠ, ମୋଟାବାଡିର ଛାତ୍ର ଆଶିଷ କୁମାର ଗୌଡ (୫୧୪) , ଶ୍ରୀ ଭାଗବତ ସ୍ବାମୀ ହାଇସ୍କୁଲ,ସଙ୍କୁରୁର ଛାତ୍ର ମଳୟ କୁମାର ପ୍ରଧାନ (୫୧୦) ଓ ଶ୍ରୀ ବାଲୁଙ୍କେଶ୍ବର ହାଇସ୍କୁଲ, ସୋରଡର ସୁନୟା ପାଣିଗ୍ରାହୀ (୫୦୯) ପ୍ରମୁଖଙ୍କୁ ପୁରସ୍କାର ପ୍ରଦାନ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସମେତ ସେମାନଙ୍କ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ଯ ଶିକ୍ଷକମାନେ ଏଥିରେ ସହଯୋଗ କରିଥିଲେ ।