September 29, 2024

ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ….

Share

ଭଂଜନଗର,ତା 6,6,2024,ଜୁନ: ସଂପ୍ରତି ଚାରିଆଡ଼େ ଅବାଧରେ ଗଛ କଟା ଚାଲିଛି, ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ଗଛ ନଷ୍ଟ ହେଉଛି, ରାସ୍ତା ଘାଟ ପ୍ରଶସ୍ତି କରଣ, କଳକାରଖାନା ସ୍ଥାପନ ଏବଂ ନୂତନ ଗୃହ ନିର୍ମାଣ ଯୋଗୁଂ ଉଦ୍ଭିଦ ଜଗତ ଧ୍ଵଂସ ହେବାରେ ଲାଗିଛି। ଫଳ ସ୍ଵରୂପ ବନ୍ୟପ୍ରାଣୀ ଓ ପକ୍ଷୀ ଜଗତ ଧ୍ବଂସାଭିମୁଖୀ। ଏହାର କୁପ୍ରଭାବ ଯୋଗୁଁ ଦିନକୁ ଦିନ ବଢି ଚାଲିଛି ପ୍ରଚଣ୍ତ ରୁଦ୍ର ତାପ । ଅସହ୍ୟ ତାତିରେ ଛଟ ପଟ ସାରା ଜୀବଜଗତ। ବିଶ୍ଵ ତାପନ, ସବୁଜ କୋଠରୀ ପ୍ରଭାବ ଓ ଜୈବ ବିବିଧତା ବଢ଼ିଚାଲିଛି। ଅସହ୍ୟ ଗୁଳୁଗୁଳି ଓ ଅଂଶୁଘାତରେ ମରୁଛନ୍ତି ଶହ ଶହ ଜୀବଜନ୍ତୁ। ଏହା ର ପ୍ରତିକାର ପାଇଁ ସରକାରୀ, ବେସରକାରୀ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ଏବଂ ସବୁ ସ୍ତରରେ ସ୍ବତନ୍ତ୍ର ପ୍ରତିକାର ମୂଳକ ବ୍ୟବସ୍ଥା ଜାରି ରହିଛି।
ଏହି ପରିପ୍ରେକ୍ଷୀରେ ଆଜି ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଙ୍କ ଆହ୍ଵାନ କ୍ରମେ ଲାଲସିଂ କ୍ଲଷ୍ଟର ସିଆରସିସି ତଥା ପ୍ରକୃତି ବନ୍ଧୁ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଏବଂ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ା ଙ୍କ ସହାୟତାରେ ସ୍ଥାନୀୟ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଠାରେ ଏକ ବୃକ୍ଷ ଚାରା ରୋପଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଭଂଜନଗର ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଓ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଭଂଜନଗର ସମ୍ବାଦ ସାହିତ୍ୟ ଘର ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଭଂଜନଗର ସମ୍ବାଦ ସାହିତ୍ୟ ଘର ର ସଭାପତି ଶ୍ରୀ କୃତିବାସ ବିଶ୍ଵାଳ, ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ। ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତରଫରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଜେନା ସଭା ସଭା ସଞ୍ଚାଳନ କରିଥିଲେ। ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ପୂର୍ଣଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ରେଞ୍ଜର ଶ୍ରୀ ଅନୁପମ ବାନାର୍ଜୀ, ବନ୍ୟପ୍ରାଣୀ ତତ୍ତ୍ଵବଧାରକ ଶ୍ରୀ ଶୂଳ ପାଣି ଶତପଥୀ, ପ୍ରାକ୍ତନ ଏବିଇଓ ଶ୍ରୀ ଜଗବନ୍ଧୁ ଯେନା, ପ୍ରାକ୍ତନ ଏବିଇଓ ଶ୍ରୀ ନେତାଜୀ ବିଷୋୟୀ, ସମ୍ବାଦ ସାହିତ୍ୟ ଘର ର ସଂପାଦକ ଶ୍ରୀ ସନ୍ତୋଷ କୁମାର ଜେନା, ସମ୍ବାଦ ସାହିତ୍ୟ ଘର ର ଜିଲ୍ଲା ପ୍ରତିନିଧି ଶ୍ରୀ ବିଶ୍ବମ୍ବର ଯେନା, ସମ୍ବାଦ ସାହିତ୍ୟ ଘର ର କୋଷାଧ୍ୟକ୍ଷ ଶ୍ରୀ ତ୍ରିନାଥ ବେହେରା । ସମସ୍ତ ମଞ୍ଚାସୀନ ଅତିଥି ଆଜିର ଦିନର ମହତ୍ତ୍ଵ ବିଷୟରେ ଆଲୋଚନା କରି ଏକ ସୁସ୍ଥ ସମାଜ ତଥା ନିରାପଦ ଜୀବଜଗତ ଗଠନ ରେ ଜନସାଧାରଣ ଙ୍କ କର୍ତ୍ତବ୍ୟ, ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ। ଏଥି ସହିତ ଏକ ଉତ୍ତମ ପରିବେଶ ସୃଷ୍ଟି ପାଇଁ ପ୍ରକୃତି ପ୍ରେମୀ, ପରିବେଶବିତ୍ ଓ ସମାଜସେବୀ ମାନଙ୍କ ଭୂମିକା ସମ୍ପର୍କରେ କହିଥିଲେ। ଅନ୍ୟ ଅତିଥି ମାନେ ସାମ୍ବାଦିକ ଅମରେନ୍ଦ୍ର ପଟ୍ଟନାୟକ, ସାମ୍ବାଦିକ ଜୟକିଶାନ ପଟ୍ଟନାୟକ, ସାମ୍ବାଦିକ ଭବାନୀ ଶଙ୍କର ପାଳ ଓ ସମ୍ବାଦ ସାହିତ୍ୟ ଘର ର କର୍ମକର୍ତ୍ତା ସୁବାଷ ଚନ୍ଦ୍ର ତାରିଣୀ, ସୁରେଶ ଚନ୍ଦ୍ର ସ୍ଵାଇଁ, ଦୀପାଂଶୁ ପ୍ରଭା ଦେବୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ
। ଏହି କାର୍ଯ୍ୟକ୍ରମରେ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଇକୋକ୍ଳବ ର ସମସ୍ତ ଛାତ୍ରଛାତ୍ରୀ, ପାଚିକା ସହାୟିକା ଓ ଭଂଜନଗର ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଏହି ଉପଲକ୍ଷେ ବିଭିନ୍ନ ପ୍ରକାରର ଚାରା ଯଥା ବଉଳକୋଳି, ଅଶୋକ, ସ୍ଵର୍ଣ୍ଣ ଚମ୍ପା, ଓଉ, ହରି ଅର୍ଜୁନ, ଜାମୁକୋଳି, କାଠ ଚମ୍ପା ଓ ଡାଲଚିନି ଚାରା ରୋପଣ କରାଯାଇଥିଲା।
ଉପସ୍ଥିତ ସମସ୍ତ ବ୍ୟକ୍ତି ବୃକ୍ଷ ଚାରା ରୋପଣ ସହ ଏକ ସବୁଜ ପରିବେଶ ତିଆରି ପାଇଁ ଶପଥ ଗ୍ରହଣ କରିଥିଲେ। ପ୍ରଚଣ୍ତ ରୁଦ୍ର ତାପ କୁ ନଜରରେ ରଖି ଲେମ୍ବୁ, ଭୂସି ଓ ମିଶ୍ରି ର ମିଶ୍ରଣ ତିଆରି ପ୍ରାକୃତିକ ପଣା ବଣ୍ଟନ କରାଯାଇଥିଲା।(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)