September 29, 2024

ସେନାପତି ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Share


ବୁଗୁଡ଼ା : ତା ୦୬/୦୬/୨୪ : ବୁଗୁଡ଼ା ବ୍ଲକ ଭୋଗଡା ଗ୍ରାମ ନିକଟସ୍ଥ ଖୋଲାପାଣ୍ଡିରି ସ୍ଥାନରେ ମହାମାୟୀ ସେନାପତି ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ କାଳରେ ମାଣିତରା , ନଗୁଡୁ , ତାମ୍ବିରି , ମକରାପଲ୍ଲୀ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳକୁ ନେଇ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଓ ଅନ୍ନଯଜ୍ଞ ଆଦି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ମହାଦୀପ ସ୍ଥାପନ,ମଣ୍ଡଳକରଣ, ବନଯାଗ, ଅଙ୍କୁରାରୋପଣ ଓ ଅଧିବାସ, ଶାଲାପୂଜା ଓ ଅଗ୍ନି ସ୍ଥାପନ, ଠାକୁରାଣୀଙ୍କ ସ୍ନାନ ଓ ଜୀବନ୍ୟାସ ଆଦି କାର୍ଯ୍ୟକ୍ରମ ପୂର୍ବକ ଠାକୁରାଣୀଙ୍କ ସିଂହାସନ ଆରୋହଣ , ପୂର୍ଣ୍ଣାହୂତି ଆଦି କାର୍ଯ୍ୟ ସାଙ୍ଗକୁ ଦଧିଭାଣ୍ଡ ଭଞ୍ଜନ,ନଗର ଭ୍ରମଣ ଓ ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ପାରମ୍ପରିକ ବିଧିରେ ଅନୁଷ୍ଠିତ ହୋଇଯାଇଛି । ଠାକୁରାଣୀଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ପ୍ରଚାରକ ଉମା ତନୟ ହୋତା , ପୁରୋହିତ ଗୋଦାବରୀଶ ହୋତା , ଶଶାଙ୍କ ଭୂଷଣ ହୋତା , ଷଷ୍ଠି ପ୍ରସାଦ ହୋତା , ସୁବ୍ରତ କୁମାର ଷଡଙ୍ଗି , ହିମାଂଶୁ ଶେଖର ରଥ , କାଳି ଚରଣ ନନ୍ଦ , କୁମୁଦ ଚନ୍ଦ୍ର ମିଶ୍ର , ରବିନ୍ଦ୍ର ମିଶ୍ର ଓ କାଳି ଚରଣ ମିଶ୍ର ପ୍ରମୁଖଙ୍କ ଦ୍ବାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ ସମ୍ପାଦିତ ହୋଇଥିଲା ବେଳେ ସୂର୍ଯ୍ୟ ନାରାୟଣ ଗୌଡ ଓ କାଳୁ ଚରଣ ଗୌଡ ପ୍ରମୁଖ ହୋମକର୍ତ୍ତା ଭାବେ ଦାୟିତ୍ୱ ନିର୍ବାହକରିଥିଲେ । ନାମଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଉକ୍ତ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।

You may have missed