November 21, 2024

ବ୍ରହ୍ମୁପର ବିଶ୍ଵବିଦ୍ୟାଳୟରେ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀଙ୍କ ସାତ ଦନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ।

Share

 

ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀଙ୍କ ସାତଦିନିଆ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଏହି ଶିବିରର ଆୟୋଜନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ 12 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ 35ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହାପରେ ଜାନୁୟାରୀ 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଦ୍ବତୀୟ ପର୍ଯ୍ୟାୟରେ 50ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଭାବେ ଯୋଗ ଦେବା ପାଇଁ ସାତଦିନିଆ ପ୍ରଶିକ୍ଷଣ ଶିବିର ବାଧ୍ୟତାମୁଳକ। ପୂର୍ବରୁ ପ୍ରଶିକ୍ଷଣ ପାଇଁ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଭୁବନେଶ୍ବର ଓୟୁଏଟି ଅଧିନରେ ଥିବା ଇଟିଆଇ ଟ୍ରେନିଂ ସେଣ୍ଟରକୁ ଯିବାକୁ ପଡୁଥିଲେ। ଏହାସହ ଗତ ଦୁଇବର୍ଷ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବନ୍ଦ ଥିଲା। ଯାହାଫଳରେ ବହୁ କାର୍ଯ୍ୟକ୍ରମ ଅଧିକାରୀ ପ୍ରଶିକ୍ଷଣ ପାଇବାରୁ ବଞ୍ଚିତ ହେଉଥିଲେ। ଏହାସହ ଏନଏସଏସର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମଧ୍ୟ ଅକ୍ଷମତା ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏନଏସଏସ ବ୍ୟୁରୋ ପକ୍ଷରୁ ପ୍ରଥମ ଥର ପାଇଁ ବ୍ରହ୍ମୁପର ବିଶ୍ବବିଦ୍ୟାଳୟର ପରିସରରେ ଥିବା ଏଚଆରଡି ସେଣ୍ଟରରେ ଦୁଇଟି ପର୍ଯ୍ୟାୟରେ ସାତି ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଏଥିରେ ବ୍ୟୁରୋ ଅଧିନରେ ଥିବା 85 ଜଣ ଅପ୍ରଶିକ୍ଷିତ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏଥିରେ ପ୍ରଶିକ୍ଷଣ ଦିଆଯିବ। ଏହାସହ ବ୍ୟୁରୋର ନିଜସ୍ବ ପାଣ୍ଠିରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଚି। ସ୍ମାମୀ ବିବେକାନନ୍ଦଙ୍କ ଜୟନ୍ତି ତଥା ଜାତୀୟ ଯୁବ ଦିବସ ଅବସରରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ କଲେଜରୁ 35ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଛନ୍ତି। ଉଦଘାଟନ ଦିବସରେ କୁଳପତି କାର୍ଯ୍ୟକ୍ରମ ଅଧିକାରୀଙ୍କୁ ସ୍ବାଗତ କରିବା ସହ ସେବା ଯୋଜନାର କ୍ରିୟାନ୍ବୟନ ଉପରେ ଗୁରୁତ୍ବାରୋପ କରିଥିଲେ। ଏନଏସଏସକୁ ଅଧିକ ଗତିଶୀଳ କରିବାରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ଭୂମିକା ଗୁରତ୍ବପୁର୍ଣ ଥିବା ବେଳେ ସଠିକ ପ୍ରଶିକ୍ଷଣ ସେମାନଙ୍କୁ ମାର୍ଗଦର୍ଶନ ଦେବାରେ ସହାୟକ ହେବ ବୋଲି କୁଳପତି କହିଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ତଥା ପୂର୍ବତନ ଏନଏସଏସ ସଂଯୋଜକ ପ୍ରଫେସର ଅମୀୟ କୁମାର ପରିଚ୍ଛା ଏବଂ ପ୍ରଫେସର ଜେଏସ ଗିରି ରାଓ ସମ୍ମାନୀତ ଅତିଥୀରେ ଭାବେ ଯୋଗ ଦେଇ ବ୍ୟକ୍ତିତ୍ବ ଓ ରାଷ୍ଟ୍ର ନିର୍ମାଣରେ ଏନଏସଏସ ର ଭୁମିକା ଉପରେ ଆଲୋଚନା କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଶିବିର ଆୟୋଜନ କରାଯାଉଛି। ଶିବିରରେ ଏନଏସଏସର ଆଭିମୁଖ୍ୟ, ବିଭିନ୍ନ ଯୋଜନା, ଚରିତ୍ରଗଠନରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ଭୁମିକା , ପ୍ରକୃତିକ ବପର୍ଯ୍ୟୟ ପରିଚାଳନା , ପ୍ରାଥମିକ ଉପଚାର ଓ ଚିକିତ୍ସା ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ପ୍ରତିଦିନ କାର୍ଯ୍ୟକ୍ରମ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ବିଭିନ୍ନ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀ ଓ ପ୍ରଫେସର ମାନଙ୍କୁ ନିୟୋଜିତ କରାଯାଇଛି। ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହୟତାରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।