+୨ ବିଜ୍ଞାନ ପରୀକ୍ଷା ଆରମ୍ଭ, ୩ଟି କେନ୍ଦ୍ରରେ ୨୫୫ ପରୀକ୍ଷାର୍ଥୀ
ବୁଗୁଡ଼ା : ତା ୦୧/୦୩/୨୩ : ଆଜି +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାଯାଇଛି । ବୁଗୁଡ଼ା ପିପୁଲ୍ସ କଲେଜ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ୧୬୩ ଜଣ, ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ବାବଧାନରେ ୪୮ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଅନୁପ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କପିକୁ ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ୩ଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ସମ୍ପନ୍ନ ହୋଇଥିବା ଜଣାଯାଇଛି ।