September 29, 2024

ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବାକୁ ସଦର ଥାନା ପକ୍ଷରୁ ଫ୍ଲାଗ ମାର୍ଚ….

Share

ସମ୍ବଲପୁର(ପଡିଆବାହାଲ/ମାନେଶ୍ୱର/ଧନକଉଡା/ଠେମେରା/ଜୟନ୍ତପୁର/ଗେନଘୁଟିପଡା):ଚଳିତ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆଜି ସଦର ଥାନା ପକ୍ଷରୁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ ହୋଇଛି।

ଏହି ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କିଭଳି ଭାବେ ପରିଚାଳନା କରାଯାଇ ପାରିବ ଓ ସଦର ଥାନା ଅଞ୍ଚଳରେ ଶୃଙ୍ଖଳିତ ଭୋଟଦାନ କରାଯିବ ସେଥିପାଇ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସୁବ୍ରତ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସଦର ଥାନା ଅନ୍ତର୍ଗତ ମାନେଶ୍ୱର,ଧନକଉଡା, ଠେମେରା,ଜୟନ୍ତପୁର,ପଡିଆବାହାଲ, ଗେନଘୁଟିପଡା ଠାରେ ଏହି ଫ୍ଲାଗମାର୍ଚ କରାଯାଇଥିଲା।
ଏଠାରେ ସୂଚନା ଯୋଗ୍ୟଯେ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହିତ ଚଳିତ ସାଧାରଣ ନିର୍ବାଚନକୁ କିଭଳି ପରିଚାଳନା କରାଯିବ ସେ ନେଇ ସଦର ଥାନା ପକ୍ଷରୁ ପୁର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ସ୍ଥାନୀୟ ନେତା,ବୁଦ୍ଧିଜୀବୀ,ବରିଷ୍ଠ ନାଗରୀକ,ସାଧାରଣ ଜନତାଙ୍କୁ ନେଇ ବ୍ୟାପକ ଜନ ସଚେତନାତା ମଧ୍ୟ ସୃଷ୍ଟି କରାଯାଇଛି।