ଉମରକୋଟ ଜଗନ୍ନାଥ ମନ୍ଦିର ଠାରେ ରଥ କାଠର ଅନୁକୂଳ ହୋଇଛି……

bgh
Share

ଉମରକୋଟ:-

ଆଜି ଉମରକୋଟ ସହର ଠୁ ପଲ୍ଲୀ ପର୍ଯ୍ୟନ୍ତ ଅକ୍ଷୟ ତୃତୀୟା  ଅବସରରେ ଭୋର ସକାଳୁ ଉମରକୋଟ ଶ୍ରୀ ଜଗନ୍ନାଥ ମନ୍ଦିରର ପରିସରରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ତିନି ଗୋଟି  ରଥ କାଠକୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ପୁରହିତ ଶ୍ରୀ ଗୌରହରି ମିଶ୍ର,ଓ ପୁରହିତ ଶ୍ରୀ ଲାଲୁ ମିଶ୍ର ପୂଜାର୍ଚ୍ଚନା କରିଥିଲେ।,ଏଥିରେ ଶ୍ରୀ ଜଗନ୍ନାଥ ଦେବୋତ୍ତର କମିଟିର ସଭାପତି ତଥା ଉମରକୋଟ ତହସିଲଦାର ମେଘବାନ ବାଘ ଓ କମିଟିର ସଭ୍ୟ ମାନଙ୍କ ଉପସ୍ଥିତିରେ
ତିନି ଗୋଟି ନୂଆ କାଠ କୁ ପୂଜା, ଅର୍ଚ୍ଚନା କରି ରଥ କାଠ କୁ ଅନୁକୂଳ କରାଯାଇଥିଲା  ସେହିପରି ନୂଆ ଘର ନିର୍ମାଣ ନିମନ୍ତେ ଏହି ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ଶୁଭ ରହିଥିବାରୁ ଅନେକ ଲୋକେ ଗୃହ ନିର୍ମାଣ ନିମନ୍ତେ ଭୂମି ପୂଜା ଅନୁକୂଳ ହୋଇଥିଲା।ଚାଷୀମାନେ ମଧ୍ୟ ନିଜ ଜମିରେ ପୂଜା ଅର୍ଚନା କରି ଚାଷ କ୍ଷେତରେ ଲଙ୍ଗଳ କରି ଧାନ ବିହନ କୁ ବୁଣି ଥିଲେ। ଏହି ରଥ କାଠ ଅନୁକୂଳ କାର୍ଯ୍ୟକ୍ରମରେ ସକାଳୁ ସାତ ଘଟିକା ସମୟରେ  ଶ୍ରୀ ଜଗନ୍ନାଥଙ୍କ  ମନ୍ଦିରରେ ସକାଳ ଆଳତି ପରେ ମନ୍ଦିର ପରିସରରେ ରଥ କାଠ ଅନୁକୂଳ ପୂଜା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଦେଖିବାକୁ ଭକ୍ତ ମାନଙ୍କ ପ୍ରବଳ ଭିଡ ଜମିଥିଲା।ଭକ୍ତ ମାନଙ୍କ ଘଣ୍ଟ ଓ ହୁଳହୁଳି ନାଦରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମନ୍ଦିର ଦେବୋତ୍ତର,କମିଟି ସଭ୍ୟ ମାର୍କଣ୍ଡ ସାହୁ, ବାବୁଲା ସାନ୍ତ୍ରା,,ସାନ୍ତୁନ ସିଂ,ଲୁଲୁ ପାଣିଗ୍ରାହୀ, ଶ୍ରୀ ବିଘ୍ନରାଜ ସନ୍ତ୍ରା, ଶ୍ରୀମତୀ ପଙ୍କଜିନି ପଟ୍ଟନାୟକ, ଶ୍ରୀମତୀ ଦମୟନ୍ତୀ, ବିଶୋଇ,ଝାଡେଶ୍ୱର ମହାନ୍ତି, ରାମ ନାୟକ, ଗଣେଶ ପାଢ଼ୀ ଓ କମିଟିର ଅନ୍ୟ ସଭ୍ୟ ମାନଙ୍କ ସହ , ବହୁ ଭକ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ।(ଏମ୍.ଦିନା°ଶୁ ଆଚାରୀ)

You may have missed