ଅଜଣା ଗାଡ଼ି ଧକ୍କାରେ ତନ୍ମୟ ମୃତ …

hand
Share

ଅସ୍ତରଙ୍ଗ,, ଗୁରୁବାର ଦିନ ରାତ୍ର ୧୦ ଘଟିକାରେ ଘଟିଛି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ମୃତକ ହେଲେ,ଅସ୍ତରଙ୍ଗ ବ୍ଲକ ର ପାଟବଳଦା ଗ୍ରାମପଞ୍ଚାୟତ ଅଧିନ ସୁନ୍ଦର୍ ଗ୍ରାମର । ତାଙ୍କ ନାମ ତନ୍ମୟ କୁମାର ରାଉତ,ସେ ପବିତ୍ର ରାଉତ ଙ୍କ ଏକ ମାତ୍ର ପୁଅ ।ବୟସ୨୦ ଅଟେ । ଶୁକ୍ରବାର ଦିନ ରାତ୍ର ୯ଘଟିକା ସମୟ ରେ ଅସ୍ତରଙ୍ଗ ବଜାରରୁ କାର୍ଯ୍ୟ ସାରି ନିଜ ଗ୍ରାମ ସୁନ୍ଦର୍ ଫେରୁଥିବା ବେଳେ,ଗୁଡୁବଣି ଗ୍ରାମ ନିକଟରେ ଥିବା ପଣିଟାଙ୍କି ନିକଟ ରେ କୌଣସି ଏକ ଅଜଣା ଗାଡ଼ି ତାଙ୍କ ମୋଟରସାଇକେଲ କୁ ଧକା ଦେଇ ପଳାଇ ଯାଇଥିଲା । ଯାହା ଫଳରେ କି ତ୍ତନ୍ମୟ ଛିଟିକି ପଡ଼ିବା ଓ ତାଙ୍କ ଉପରେ ଗାଡି ଚଢ଼ି ଯିବାରୁ ଗୁରୁତର ହୋଇ ପଡ଼ିରହିବା ପରେ ସେହିଠାରେ ମୃତୁ ବରଣ କରିଥିଲେ । ସେହି ରାସ୍ତାରେ କିଛି ଲୋକ ଯିବା ଆସିବା କଲାପରେ ମୃତକ ରାସ୍ତା କଡ଼ରେ ପଡ଼ିରହି ରକ୍ତ ସ୍ରାବ ହେଉଥିବା ଦେଖି , ଚିହ୍ନି ପାରି ତାଙ୍କ ଘର ସୁନ୍ଦର କୁ ଖବର ଦେଇଥିଲେ । ଘର ଲୋକ ପହଞ୍ଚି ଆମ୍ବୁଲାନ୍ସ ରେ ଅସ୍ତରଙ୍ଗ ଓ ପରେ ଚରିଛକ ମେଡ଼ିକାଲକୁ ନେବା ପରେ ଡକ୍ଟର ମୃତ ଘୋଷଣା କରିଥିଲେ । ଅପର ପକ୍ଷରେ ଅସ୍ତରଙ୍ଗ ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରିବା ସହ,ମୁଣ୍ଡ ଫାଟିବା,ଡାହାଣ ହାଡ଼ ଗୋଇଠୀ ଭଙ୍ଗିବା,ଡାହାଣ ହାତ ପାପୁଲି ମାଡ଼ ହୋଇ ଗଭୀର ଆଘାତ ହେବା ଆଦି ହୋଇଥିବା ଜଣା ପଡ଼ିଛନ୍ତି । କେଶ ନମ୍ୱର୍ ୧୧୫/୨୦୨୪ ଓ ଦଫା ୨୭୯,୩୦୪ ରେ ଏକ ମାମଲା ରୁ୍ଜୁ କରି ଅସ୍ତରଙ୍ଗ ପୋଲିସ ତଦନ୍ତ ଜାରି ରଖିଛି । ସେ ଜଣେ ଭଲ ପିଲା ହୋଇ ଥିବାରୁ ତାର ମୃତ୍ୟୁ ରେ ଶିକାର ଛାୟା ଖେଳି ଯାଇଅଛି । ତନ୍ମୟ ବାପା ଓ ମାଆ ଙ୍କ ର ଏକମାତ୍ର ପୁତ୍ର ଅଟେ ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)

 

 

 

 

You may have missed