ପଚାଶ ହଜାର ରୁ ଉର୍ଦ୍ଧ ସମର୍ଥକ ଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ କରିଲେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପିପିଲି ବିଧାନସଭା ପ୍ରାର୍ଥୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ..

notii
Share

ଆଜି ପ୍ରଥମ ପ୍ରାର୍ଥୀପତ୍ର ଦାଖଲ ରେ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପିପିଲି ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାୟ ପଚାଶ ହଜାର ରୁ ଉର୍ଦ୍ଧ ସମର୍ଥକ ଙ୍କୁ ନେଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ନୟାଗଡ ରାଣୀ ପ୍ରତ୍ୟୁଷା ଦେବି, ସତ୍ୟବାଦୀ ର ଓମପ୍ରକାଶ ମିଶ୍ର, ପିପିଲି ର ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ର ଉପାସନା ମହାପାତ୍ର ଓ ଅନେକ ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ପଚାଶ ହଜାର ରୁ ଉର୍ଦ୍ଧ ସମର୍ଥକ ଏହି ପାର୍ଥୀପତ୍ର ଦାଖଲ ରେ ଯୋଗଦେଇଥିଲେ l ସମ୍ବିତ ପାତ୍ର ବଡଦାଣ୍ଡ ରେ ବିଭିନ୍ନ ଦୋକାନୀଙ୍କ ସହିତ ନାଚିବା ସହିତ ପଦ୍ମ ଫୁଲ ଧରି ପ୍ରଚାର ଗାଡ଼ିରେ ନାଚିନାଚି ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed