April 19, 2025

ଓକିଲ ସଂଘ ପରିସରରେ ମଧୁବାବୁଙ୍କୁ ୧୭୬ ତମ ଜୟନ୍ତୀ ପାଳିତ…

Share

             ଉମରକୋଟ,,,୨୯,୦୪,୨୦୨୪,,,,ଉମରକୋଟ କୋର୍ଟ ପରିସର ରେ ରେ ୧୭୬ତମ ମଧୁସୂଦନ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉମରକୋଟ ର ଆଇନଜୀବୀ ମାନେ ସକାଳ ନଅ ଘଟିକା ସମୟରେ କୋର୍ଟ ପରିସର ରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ଯ କ୍ରମ ରେ ଆଇନ୍ ସଂଘ ସଭାପତି ପ୍ରଶାନ୍ତ ସାହୁଙ୍କ ସହ ସମ୍ପାଦକ ରାମ ନାୟକ,ଉପ ସଭାପତି ପ୍ରଦୀପ ପଟ୍ଟନାୟକ, ସହ ସମ୍ପାଦକ ସଂଜୟ ନାୟକ, କସାଧକ୍ୟ ଜଗେନ୍ଦ୍ର ମାଝୀଙ୍କ ସହ ବରିଷ୍ଠ ଓକିଲ ଶ୍ରୀ ଏଲ,ବୈକୁଣ୍ଠ ରାଓ,ଶ୍ରୀ ଉମା ମୋହେଶ୍ୱର ରାଓ,ଶ୍ରୀ ଝାଡଶ୍ୱର ମହାନ୍ତି, ଶ୍ରୀ ବାଳକୃଷ୍ଣ ପାତ୍ର, ଶ୍ରୀ ଶ୍ରୀନବାସ ପଟ୍ଟନାୟକ, ଅରୁଣ ପଟ୍ଟନାୟକ ସହ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତାଗଣ ମଧ୍ୟ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହାପରେ ରାତ୍ର ଆଠ ଘଟିକା ସମୟରେ ଉମରକୋଟ ଅଦାଲତର ଆଇନଜୀବୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହିସଭାରେ ସଂଘର ବରିଷ୍ଠ ସଭ୍ୟ, ଶ୍ରୀ ଜୟଦେବ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଓ ସମ୍ନାନିୟ ଅତିଥି ଭାବେ ଶ୍ରୀ ଏଲ,ବୈକୁଣ୍ଠ ରାଓ ଓ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ଓ ବାରଣ୍ୟ ଅତିଥି ଭାବେ ଶ୍ରୀ ଉମା ମହେଶ୍ୱର ରାଓ ଯୋଗଦେଇଥିଲେ।ସଭାରେ ସଭାପତିତ୍ୱ କରିଥିଲେ ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ।କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ସମ୍ପାଦକ ରାମ ନାୟକ। ମୁଖ୍ୟ ଅତିଥି ଶ୍ରୀ ଜୟଦେବ କୁମାର ପରିଡା ମଧୁ ବାବୁଙ୍କ ସଂଘର୍ଷ ମୟ ଜୀବନୀ ଓ ଓଡିଶା ପ୍ରଦେଶ ଗଠନ ରେ ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ।ଏହା ସହ ଓକିଲ ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ଶ୍ରୀ ରାମ ନାୟକ ଓ ସଂଘର ବରିଷ୍ଠ ସଭ୍ୟ ଶ୍ରୀ ଝାଡେଶ୍ୱର ମହାନ୍ତି,ଶ୍ରୀନବାସ ପଟ୍ଟନାୟକ,କାଳି ପ୍ରସାଦ ନନ୍ଦ,ଅଶୋକ ପାଢ଼ୀ,, ମଧୁବାବୁଙ୍କ ଜୀବନୀ ଉପରେ ସ୍ମ୍ରତିଚାରଣ କରିବା ସହ ସ୍ୱାଭିମାନ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଉମରକୋଟ ଓକିଲ ସଂଘର ଚାରି ଜଣ ବରିଷ୍ଠ ସଭ୍ୟଙ୍କୁ ଆଇନଜୀବୀ ଶ୍ରୀଯୁକ୍ତ ଏଲ. ବି. ରାଓ,ଶ୍ରୀ ଜୟଦେବ ପରିଡା,ଶ୍ରୀ କିଶୋର ଚନ୍ଦ୍ର ମିଶ୍ର,ଶ୍ରୀ ଉମା ମହେଶ୍ୱର ରାଓ ଙ୍କୁ ଉମରକୋଟ ଓକିଲ ସଂଘ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇ ସ୍ନମାନିତ କରା ଯାଇ ଥିଲା।” ଏହି ବର୍ଷ ବରିଷ୍ଠ ଚାରିଜଣ ଓକିଲଙ୍କୁ ମଧୁ ବାବୁ ସମ୍ମାନ-୨୦୨୪” ରେ ସମ୍ମାନୀତ କରାଯାଇଥିଲା। ମୁଖ୍ୟ ଅତିଥିଙ୍କୁ ଶ୍ରୀ ଜୟଦେବ ପରିଡାଙ୍କୁ ସମ୍ନାନିତ କରିଥିଲେ ବରିଷ୍ଠ ଓକିଲ ଶ୍ରୀ ଅର୍ଜୁନ ନାୟକ,ସ୍ନମନୀୟ ଅତିଥି ଦୁଇଜଣଙ୍କୁ ଶ୍ରୀ ଏଲ,ବୈକୁଣ୍ଠ ରାଓ ଓ କିଶୋର ଚନ୍ଦ୍ର ମିଶ୍ର ଙ୍କୁ ସ୍ନମାନିତକରିଥିଲେ ଓକିଲ ସଂଘର ସଭ୍ୟ ଶ୍ରୀ ଝାଡଶ୍ୱର ମହାନ୍ତି,ଏବଂ ଶ୍ରୀ ପ୍ରଦୀପ ପଟନାୟକ, ସେହିପରି ବରଣ୍ୟ ଅତିଥି ଶ୍ରୀ ଉମା ମହେଶ୍ୱର ରାଓ ଙ୍କୁ ସ୍ନମାନିତ ଓକିଲ ସଂଘର ସଭ୍ୟ ଶ୍ରୀ ବାଳକୃଷ୍ଣ ପାତ୍ର, ଏହି କାର୍ଯ୍ୟକ୍ରମ ଟିକୁ ସୁଚାରୁ ପରିଚାଳନା ନିମନ୍ତେ ସହଯୋଗ କରି ଥିଲେ ଓକିଲ ଶ୍ରୀ ଯୋଗେନ୍ଦ୍ର ମାଝି, ନାଗେଶ ପଟ୍ଟନାୟକ, ମାର୍କଣ୍ଡ ସାହୁ, ଶ୍ରୀନବାସ ପଟ୍ଟନାୟକ, ତାପସ ମଣ୍ଡଳ,କୃଷ୍ଣଚନ୍ଦ୍ର ନନ୍ଦ, କାଳି ପ୍ରସାଦ ନନ୍ଦ ,ଏମ,ଡି ହୁସେନ, ହରିହର ସତପତି,ବିଜୟ ସିଂ, ସନ୍ତୋଷ କୁମାର ସାହୁ, ଯୁଧିଷ୍ଠିର ଦଳାଇ, ଭଗବାନ କୋଲର,।ଶେଷର ଧନ୍ୟବାଦ ଅର୍ପଣ କରିଥିଲେ ସଙ୍ଘର ସହ ସମ୍ପାଦକ ଶ୍ରୀ ସଞ୍ଜୟ ନାୟକ।ଏହି ସଭାରେ ସଂଘର ସଭ୍ୟ,ଶଙ୍କର ଦେ, ତପନ ଦେବନାଥ,ସାନ୍ତୁନ ବାହୀନପତି,ଙ୍କ ସହ ପ୍ରାୟ ଷାଠିଏ ଜଣ ସଭ୍ୟ ଯୋଗ ଦେଇଥିଲେ। (ଏମ୍.ଦିନା°ଶୁ ଆଚାରୀ)

You may have missed