ରେଢାଖୋଲ:ସ୍ୱାଧିନ ମୈଦାନକୁ ଓଲ୍ଲେଇବେକି, ଡା.ରାଜାରାମ !

pin0
Share

ରେଢାଖୋଲ,ତା୨୬।୦୪: ସ୍ୱାଭିମାନ ଓ ଆଞ୍ଚଳିକ ପ୍ରାର୍ଥି ଉପରେ ଦୀର୍ଘ ୫ ବର୍ଷ ଧରି ଆରମ୍ଭ ହୋଇଥିବା ଅଭିଯାନର ଅନ୍ୟତମ ନାୟକ ଡା.ରାଜାରାମ ଷଡଙ୍ଗୀ ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥି ହେଉଥିବା ନେଇ ଚର୍ଚାର ଅବସାନ ଘଟିନି।

ସାମାଜିକ ଗଣ ମାଧ୍ୟମରେ ଚର୍ଚାରେ ଥିବା ଡା.ଷଡଙ୍ଗୀ ରେଢାଖୋଲ ନିର୍ବଚନୀ ମୈଦାନକୁ ଓଲ୍ଲେଇବେ ନାଁ ଏହା କେବଳ ଚର୍ଚାରେ ରହିଯିବ ? ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ଗଳି କନ୍ଦି ଠାରୁ ଆରମ୍ଭ କରି ଚାଖଟିରେ ବେଶ୍ ଆଲୋଚନାର ଖୋରାକ ଜମାଇଛି।

ଯଦି ମୁଖ୍ୟ ଦଲ ଗୁଡିକ ସ୍ଥାନୀୟ ପ୍ରାର୍ଥୀ ଉପରେ ଗୁରୁତ୍ୱ ନଦିଅନ୍ତି ତେବେ,ରେଢାଖୋଲରେ ଦେଖା ଦେଇଥିବା ରାଜନୈତିକ ଶୂନ୍ୟତାକୁ ପୁନଃବିନ୍ୟାସ ପାଇଁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବାକୁ ଦୀର୍ଘ ଦିନ ଧରି ଚର୍ଚା ହେଉଛି।ତାଙ୍କ ଫେସବୁକ୍ ଏକାଉଣ୍ଟରେ ମଧ୍ୟ ଏଭଳି ନିଷ୍ପତ୍ତି ଉପରେ ରଖିଥିବା ମତ ଉପରେ ଶତାଧିକ ମତାମତ ସହ ବହୁ ଲାଇକ୍ ମିଳିଥିବା ନଜରକୁ ଆସିଛି।
ବୃତ୍ତିରେ ଜଣେ ଆୟୁଷ ଡାକ୍ତର ହୋଇଥିଲେ ସୁଦ୍ଧା ତାଙ୍କର ସାଂଗଠନିକ ଦକ୍ଷତା,ଲୋକ ସଂପର୍କ ଓ ବିଭିନ୍ନ ଗୋଷ୍ଠୀ ସହିତ ତାଙ୍କର ଉତ୍ତମ ସାମାଜିକ ଓ ବୃତ୍ତିଗତ ସଂପର୍କ ରହିଥିବାରୁ ନିର୍ବାଚନ ମୈଦାନରେ ଛିଡା ହେଲେ ରେଢାଖୋଲର ଅଙ୍କ ବଦଳି ଯିବା ସମ୍ଭାବନା ରହିଛିା ଆଉ ଦେଖିବାକୁ ଗଲେ କଂଗ୍ରେସର ପ୍ରାର୍ଥୀ ଆସବ ସମ୍ବଲପୁରରେ ରହୁଥିଲେ ମଧ୍ୟ ସେ ଯୁଯୋମୁରା କେଶାପାଲି ଅଞ୍ଚଳର ଜଣେ ଟାଣୁଆ ନେତା। ତାଙ୍କ ପଛକୁ ଥିବା ବିଜେଡି ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ ପଡୋଶି ଜଲ୍ଲାର ବିଜେପିର ଦେବେନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା। ଏଭଳି କ୍ଷେତ୍ରରେ ଆଞ୍ଚଳିକ ଓ ସ୍ୱାଭିମାନ କଥା ଉଠାଉଥିବା ରାଜାରାମ ବର୍ତ୍ତମାନ ନିଜେ ପ୍ରାର୍ଥୀ ହେବେକି ସ୍ଥାନୀୟ ପ୍ରାର୍ଥୀ କଂଗ୍ରେସକୁ ସମର୍ଥନ ଦେବେ ? ପୁନଶ୍ଚ ନିକଟ ଅତୀତରେ ପ୍ରଶନ୍ନ ଓ ଇଂ ରୋହୀତ ପୁଝାରୀଙ୍କ ଦଳୀୟ ଟିକଟ ନେଇ ଏକ ୟୁଟ୍ୟୁବର ଚେନାଲକୁ ପ୍ରଶନ୍ନଙ୍କ ସପକ୍ଷରେ ଯେଉଁଭଳି ମନ୍ତବ୍ୟ ଦେଇଥିଲେ ତାହା ଦଳ ଓ ଦଳ ବାହାରେ କେବଳ ଚର୍ଚା ହୋଇନଥିଲା ବରଂ ଦିନ ଗୋଟାଏ ପରେ ଡା.ଷଡଙ୍ଗୀଙ୍କ ସାକ୍ଷତକାର ଆଲୋଚନା ପ୍ରଶନ୍ନଙ୍କ ସପକ୍ଷରେ ଯାଇ ରୋହୀତ ଓ ପ୍ରଶନ୍ନଙ୍କ ଆସନ ପରିବର୍ତ୍ତନ ହୋଇଥିଲା।ଆଉ ଏହାର ଶ୍ରେୟ ରାଜାରାମଙ୍କ ପାଖକୁ ଯାଇଥିଲା।କୁଆଡେ ପ୍ରଶନ୍ନ ଆଚାର୍ଯ୍ୟ ମଧ୍ୟ ରାଜାରାମଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିବା କେହି କେହି କହୁଥିବା ବେଳେ ପ୍ରଶନ୍ନଙ୍କ ମାଧ୍ୟମରେ ସେ ବିଜେଡିରେ ସାମିଲ ହୋଇଥିବା ଓ ତାଙ୍କର ଜଣେ ଦୃଢ଼ ସମର୍ଥକ ହୋଇଥିବାରୁ ପ୍ରଶନ୍ନ କୁଆଡେ ତାଙ୍କୁ ହାତ କରି ଏହା କରାଇଥିବା ବିଭିନ୍ନ ମହଳରେ ୨ଟି କଥା ଉଠୁଛି ।ଯଦି ଏହି ୨ ଭିତରୁ ଗୋଟିଏବି ସତ ହୁଏ ତେବେ ସେ ପ୍ରଶନ୍ନଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେତ ? ଏପରିକି ପ୍ରଶନ୍ନଙ୍କ କେତୋଟି ସଭାରେ ତାଙ୍କର ଉପସ୍ଥିତି ରହିଥିଲେବି ସକ୍ରିୟତା କୌଣସି ଠାରେ ଦେଖାଯାଇନି।ଏଣୁ ସେ ସ୍ୱାଧିନଭାବେ ଠିଆ ହେଉଥିବା ନେଇ ତାଙ୍କ ସମର୍ଥକ ମହଳରେ ଆଲୋଚନା ହେଉଛି।ଏପରିକି କେତେକ ତାଙ୍କୁ ନିର୍ବାଚନରେ ଛିଡା ହେବାକୁ ଉସୁକାଉଥିବା ମଧ୍ୟ ଶୁଣିବାକୁ ମିଳୁଛି।ଅନ୍ୟ ପକ୍ଷରେ ବିଗତ ଜିଲ୍ଲା ପରିଷଦରେ ଜଣଙ୍କୁ ବିଜେଡିରୁ ପ୍ରାର୍ଥି କରାଇବା୍ରେ ବିଫଳ ହେବା କାରଣରୁ ବିଜେପିରେ ଥିବା ତାଙ୍କ ବନ୍ଧୁଙ୍କ ସହାୟତାରେ ବିଜେପି ପ୍ରାର୍ଥୀ କରାଇ ଜିତାଇବା ପରଠୁ ବିଜେପି ସହିତ ମଧ୍ୟ ତାଙ୍କ ପରୋକ୍ଷ ସଂପର୍କ ଥିବା ଓ ଗତ ବିଧାନସଭା ନିର୍ବାଚନ ସମୟରେ ମିଡିଆ ସଂଯୋଜକ ଭାବେ କାମ କରି ଦୀର୍ଘ ଦିନ ଧରି ବିଭିନ୍ନ ସାମାଜିକ ସଭା ସମିତିରେ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ସହ ତାଙ୍କୁ ଏକାଠି ଦେଖିବାକୁ ମିଳୁଥିଲା।କିନ୍ତୁ ବର୍ତ୍ତମାନ କୌଣସୀ ସାମାଜିକ ସଭା ସମିତିରେ କୌଣସି ରାଜନୈତିକ ନେତାଙ୍କ ସହ ଦେଖିବାକୁ ମିଳୁନଥିବା ଓ ଏକାକି ସବୁଠି ରହୁଥିବାରୁ ନିର୍ବାଚନ ମୈଦାନକୁ ଓଲ୍ଲେଇବା ନେଇ ମନସ୍ତିର କରିଥିବା ନେଇ କଥା ଉଠୁଛୁ। ରେଢାଖୋଲ ନିର୍ବାଚନ ମଣ୍ଡଳୀର ଏମୁଣ୍ଡରୁ ସେ ମୁଣ୍ଡ ଯାଏ ଦୀର୍ଘ ବର୍ଷ ଧରି ବିଭିନ୍ନ କାମ,ସଚେତନତା ସଭା ସମିତି,ରକ୍ତଦାନ ଭଳି ବିଭିନ୍ନ କାର୍ଯ୍ୟରେ ଅଦ୍ୟାବଧି ନିଜର ଯୋଗଦାନକୁ ସେ ଅବ୍ୟାହତ ରଖିଛନ୍ତି।

ଏ ସଂପର୍କରେ ଡା.ଷଡଙ୍ଗୀଙ୍କୁ ଯୋଗାଯୋଗ କରିବାରୁ ଲୋକଙ୍କ ସାମାଜିକ ନ୍ୟାୟ ଓ ମୌଳିକ ଅଧିକାର ପାଇଁ ବହୁ ଆଇନର ପରିବର୍ତ୍ତନ ଆବଶ୍ୟକ।ଏଭଳି ଦୃଷ୍ଟିଭଙ୍ଗୀ ରଖିଥିବାରୁ ନିର୍ବାଚନ ଲଢିବାରେ ବିଚିତ୍ରତା କ’ଣ ବୋଲି କହି ନିର୍ବାଚନ ଲଢିବା ନଲଢି଼ବା ନେଇ ସିଧାସଲଖ ଉତ୍ତରକୁ ଏଡାଇ ଦେଇଛନ୍ତି।ଏପରିକି ବର୍ତ୍ତମାନ ଆପଣ ବିଜେଡି ନାଁ ବିଜେପିରେ ବୋଲି ପଚାରିବାରୁ ସେ ବର୍ତ୍ତମାନ କୌଣସି ଦଳରେ ନଥିବା ଓ ବିଜେଡି ସମୟରେ ମୋ କାମ ନବୀନ ପଟ୍ଟନାୟକ ସହିତ ସେହି ସମୟର ଦଳିୟ ନେତା ଓ ବିଜେପି ପାଇଁ କାମ କରୁଥିବା ସମୟରେ ସେହି ଦଳର ନେତା ଭଲ ଭାବେ ଜାଣନ୍ତି ମୋ କାର୍ଯ୍ୟ ଶୈଳି ଓ ଦକ୍ଷତାକୁ।ଏବେ ସବୁ ଦଳରେ ଏଲଇଡି ବଲ ଜଳୁଛି ଆଉ ଆମ ପରି ସଲିତାର ଆବଶ୍ୟକ ନାହିଁ। ତେବେ ରେଢାଖୋଲ କାହିଁକି ସମ୍ବଲପୁର ସହର ସହିତ ସମଗ୍ର ଜିଲ୍ଲାରେ ତାଙ୍କ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ରହିଛି।ସେହି ଦୃଷ୍ଟି କୋଣରୁ ସେ ନିର୍ବାଚନ ଲଢ଼ନ୍ତୁ ଅବା କାହାକୁ ସମର୍ଥନ ଦିଅନ୍ତୁ ସେଥିରେ ହିଁ ରାଜନୈତିକ ସମିକରଣ ବଦଳିବ ଏଥିରେ ତିଲେ ମାତ୍ର ସନ୍ଦେହ ନାହିଁ ।

You may have missed