ଖୋଳଖାଳି ଠାରେ “ଘୁମୁସର ର ସ୍ବର” ପକ୍ଷରୁ ୧୩୬ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର….

ghums
Share

ବୁଗୁଡ଼ା-ତା-୨୪-୦୪-୨୦୨୪ ନିକଟସ୍ଥ କଳା ସାହିତ୍ୟର ମାଟି ଖୋଳଖାଳି ଠାରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ‘ଘୁମୁସର ର ସ୍ବର’ ବାଲିପଦର ପକ୍ଷରୁ ୧୩୬ତମ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଖୋଳଖାଳି ଗ୍ରାମପଞ୍ଚାୟତ ସରପଞ୍ଚ ଉମାକାନ୍ତ ପାତ୍ର ଉଦ୍ ଘାଟନ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ମୋତିଲାଲ ପତି ଅନ୍ୟତମ ବରେଣ୍ୟ ଅତିଥି ଭାବେ କବି ଅନନ୍ତ କର, ଡକ୍ଟର ବ୍ରଜକିଶୋର ପାଢ଼ୀ, ସର୍ଦ୍ଦାର ଲିଙ୍ଗରାଜ ଦାସ, ସମାଜସେବୀ ରୀନା ଚୌଧୁରୀ, ଦୂର୍ଗା ପ୍ରସାଦ ଦାସ, ଗୌରୀଶଙ୍କର ମିଶ୍ର, ଭଞ୍ଜ ମାଟିର ସମ୍ପାଦକ କାମ ରାଜୁ ସାହାଣୀ ପ୍ରମୁଖ ଯୋଗଦେଇ ଭଞ୍ଜ ସାହିତ୍ୟ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ଅନୁଷ୍ଠିତ କବିତା ଆସରରେ କବି ରାମଚନ୍ଦ୍ର ସାହୁ, ସୁରେଶ ଚନ୍ଦ୍ର ପାଢ଼ୀ, ଧ୍ରୁବ ପାଣିଗ୍ରାହୀ,ରଘୁନାଥ ସାହୁ, ରାଜଗୋପାଳ ନାୟକ ପ୍ରମୁଖ କବିତା ପାଠ କରିଥିଲେ। ରାମଲୀଳା ଗାୟକ ପ୍ରଭାତ ରାଉତ ଓ ସାଥି, ଭାରତ ଲୀଳା ଗୁରୁ ପ୍ରମୋଦ କୁମାର ଦାସ, ଦକ୍ଷିଣୀ ବାଦକ ପିତବାସ ସାହୁ, ଚିତ୍ରଶିଳ୍ପୀ ବିନୋଦ ବିହାରୀ ପତିଙ୍କୁ ‘ଘୁମୁସର ର ସ୍ବର’ ପକ୍ଷରୁ ପ୍ରଶଂସା ପତ୍ର ସହ ଉପଢ଼ୌକନ ପ୍ରଦାନ କରା ଯାଇଥିଲା। ଶେଷରେ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ।

You may have missed