November 27, 2024

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ….

Share

ଦିନ ଯେତେ ବଢୁଛି ରାଜନୀତି ପାଣିପାଗ ସେତେ ଉଷ୍ମତା ପରିଲକ୍ଷିତ ହେଉଛି । ରାୟଗଡା ଜିଲ୍ଲା ଗୁଣୁପୁର ରେ ଆଜି ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ନିଜର ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଗୁଣୁପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଦାଖଲ କରିଛନ୍ତି । ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କର୍ମୀ, ଶୁଭେଚ୍ଛୁ, ବିଜେପି ପ୍ରେମୀ ଓ ସମର୍ଥକଙ୍କ ଗହଣରେ ସହରରେ ବିଶାଳ ଶୋଭାଯାତ୍ରା କରିଥିଲେ । ଅବ କି ବାର ଚାରସୋ ପାର, ଲେଖା ଛିଡିବ, ଭାରତ ମାତା କି ଜୟ, ଜୟ ଶ୍ରୀରାମ ନାରାବାଜି ରେ ସହରସାରା ପ୍ରକମ୍ପିତ ହୋଇଥିଲା । ବିକଶିତ ଭାରତ ବର୍ଷ ରେ ଓଡିଶା ତଥା ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ର ଆବଶ୍ୟକ ରହିଛି । ଲୋକେ ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ତଥା ସବକା ସାଥ ସବକା ବିକାଶ କୁ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାରେ ବିଜେଡ଼ି ସରକାର କେନ୍ଦ୍ର ସରକାରଙ୍କ ଯୋଜନା କୁ ହାଇଯାକ କରି ନା ନେଉଥିବା ସାଧାରଣ ଲୋକେ ଭଲ ଭାବରେ ବୁଝିଲେଣି । ତେଣୁ ନିଶ୍ଚିତ ଏଥର ପରିବର୍ତ୍ତନ ହେବ । ଗୁଣୁପୁର-ଥେରୁବାଲି, ଗୋପାଳପୁର-ବିଷମକଟକ ରେଳ ପ୍ରକଳ୍ପ, ଗୁଣୁପୁର କୁ ଅଧିକ ଟ୍ରେନ ଚଳାଚଳ, ଜାତୀୟ ରାଜପଥ ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବହନ ବ୍ୟବସ୍ଥା ରେ ନିଶ୍ଚିତ ଉନ୍ନତି ପାଇଁ କାମ କରିବି ବୋଲି ତ୍ରିନାଥ ଗମାଙ୍ଗ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ y ଗଣପତି, ପ୍ରମୋଦ କୁମାର ସାହୁ, ଶିବାଜୀ ଦାଶ,ଟିଙ୍କୁ ପଣ୍ଡା,ସତ୍ୟ ସୁନ୍ଦର କର, ବିଦ୍ୟାଧର ଶବର, ଅମର ସାହୁ, ବିଜେପି କର୍ମୀ ଙ୍କ ସମେତ ପ୍ରତି ପଞ୍ଚାୟତ ର ବିଜେପି ପ୍ରେମୀ ଯୋଗ ଦେଇଥିଲେ ।