November 23, 2024

ମରଣଯନ୍ତା ପାଲଟିଛି ବେହେଡା ଠାରୁ କୋପେନା ରାସ୍ତା……

Share

ଉମରକୋଟ:- ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଵୋକଦା ଠାରୁ କେଶରୀ ବେଡା ରାସ୍ତା ସମ୍ପ୍ରତି ସାଧାରଣ ଜନତାଙ୍କ ପାଈଁ ମରଣ ଯନ୍ତ। ପାଲଟି ଯାଇଛି। ଏହି ରାସ୍ତା ଦେଇ ପ୍ରତି ଦିନ ଭାରତ ମାଳ।ପ୍ରକଳ୍ପ ର ଶତାଧିକ ଗାଡି ଅନବରତ ଚାଲୁଥିବାରୁ ଏହି ରାସ୍ତା ରେ ବଡ ବଡ ଗାତ ସୃଷ୍ଟି ହେବା ସହ ପ୍ରବଳ ଧୁଳି ଉଡୁ ଥିବାରୁ ସ୍ଥାନୀୟ ଲୋକଙ୍କୁ ଅଞ୍ଚଳ ରେ ରହିବା ପାଇଁ ଉଚିତ୍ ମନ କରୁନାହାଁନ୍ତି। ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇ ପଡିଛି।ରାସ୍ତାରେ ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି l କିନ୍ତୁ ଏଥି ପ୍ରତି କାହାରି ନଜର ନାହିଁ l ଏଥି ନେଇ ସ୍ଥାନୀୟ ବାସି ବହୁ ବାର ରାସ୍ତା ଅବରୋଧ କଲେ ମଧ୍ୟ ଏହାର କିଛି ପ୍ରଭାଵ ପଡୁ ନାହିଁ। ଦିନେ ନା ଦିନେ ଏହା ଗୋଟେ ଜନ ଆକ୍ରୋଶ ରେ ପରିଣତ ହେବାକୁ ଲାଗିଛି l ରାସ୍ତା ସାରା ଖାଲ କୁ ଅଣ ଓସାରିଆ ରାସ୍ତାରେ ଦ୍ରୁତ ଗତି ରେ ଟିପର ଓ ଟ୍ରକ ଚାଲୁଥିବାରୁ ଲୋକେ ଜରୁରୀ କାମ ନ ଥିଲେ ଘରୁ ବାହାରିବା ପାଇଁ ଭୟବିତ ହେଇ ଯାଉଛନ୍ତି। ପ୍ରଦୂଷଣ କଥା ନ କହିଲେ ଭଲ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାରତମ।ଳା ର ଗାଡି ଚାଲୁ ଥିବାରୁ ରାସ୍ତା ର ଉଭୟ ପଟେ ଥିବା ଗ୍ରାମ ଗୁଡ଼ିକ ଧୂଳି ରେ ବୁଡ଼ି କି ରହି ଥ।ଉଛି। ଏପରି କି ଏଠାରେ ପନିପରିବା , ମକା କିମ୍ବା ଅନ୍ୟ କିଛି ଗଛ ଗୁଡ଼ିକ ଧୁଳି ଯୋଗୁ ମରି ଯାଉଛି। ଏତେ ସଂଖ୍ୟା ରେ ଯାନବାହାନ ଚାଲୁ ଥିବାରୁ ପିତା ମାତା ମାନେ ନିଜ ଛୁଆ ମାନଙ୍କୁ ସ୍କୁଲ କୁ ପଠେଇବା ପାଈଁ ବିପଦ ମନ କରୁଛନ୍ତି। ଏହା ଦ୍ବାରା ପିଲାଙ୍କ ପାଠ ପଡ। ନଷ୍ଟ ହେଉ ଥିବା କେଶରୀ ବେଡ଼। ଗ୍ରାମ ର ଧନୁ ଗଣ୍ଡ ପ୍ରକାଶ କରିଛନ୍ତି। ବେହେଡ। ଠାରେ ସରକାରି ଉଚ୍ଚ ବିଦ୍ୟାଳୟ ଥିବାରୁ ଏହି ରାସ୍ତା ଦେଇ ବହୁ ଗ୍ରାମର ଛାତ୍ର ଛାତ୍ରୀ ଙ୍କୁ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ପଡେ। ଯଦି ପ୍ରଶାସନ ଏହାର କିଛି ସମାଧାନ ନ କଲେ ତେବେ ଏ ଅଂଚଳ ବାସୀ ଗୋଟେ ବଡ ଧରଣ ର ଆନ୍ଦୋଳନ କରିବା ପାଈ ସଜବାଜ ହେଉ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି। ବେହେଡା ଠାରୁ କୋପେନା, ଵୋକଦା, କେଶରୀ ବେଡା ଯାଇଁ ରାସ୍ତା ର ଅବସ୍ଥା ଏପରି ଖରାପ ହେଇ ରହିଛି। ରାସ୍ତାରେ ପ୍ରତେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି l ଏହି ରାସ୍ତା ଦେଇ ପ୍ରାୟ ୨୫ ହଜାର ଲୋକ ନିର୍ଭର କରିଥାନ୍ତି l ତାରାଗାଁ, ଇଙ୍ଗିରା ଓ ଛତିଶଗଡ ରାଜ୍ୟ ର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରି ଥାଆନ୍ତି। ପ୍ରଶାସନ ଲୋକଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କିଛି ପଦକ୍ଷେପ ନେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଭାରତ ମାଳ।ପ୍ରକଳ୍ପ ପକ୍ଷ ରୁ ରାସ୍ତା ଉପରେ ବାରମ୍ୱାର ପାଣି ସିଞ୍ଚନ କରିବା କଥା ଯାହାକି କରା ଯାଉ ନ ଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି। ସ୍ଥାନୀୟ ଗ୍ରାମବାସୀ ଙ୍କ ଏକ ବଡ ଧରଣର ଆନ୍ଦୋଳନ କରିବା ପୂର୍ବରୁ ପ୍ରଶାସନ ଏହାର ଉଚିତ୍ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।(ଏମ୍.ଦିନା°ଶୁ ଆଚାରୀ)