June 22, 2026

ମିନିଟ୍ରକ ଆସୋସିଏସନ୍ କୋଷାଧ୍ଯକ୍ଷଙ୍କ ଅକାଳ ବିୟୋଗରେ ଶୋକ ସଭା…

bhubnn
Share

ସମ୍ବଲପୁର:ଓଡିଶା ମିନିଟ୍ରକ ଆସୋସିଏସନ୍ ର କୋଷାଧ୍ଯକ୍ଷ ସୁରେଶ କୁମାର ସାହୁଙ୍କ ଗତ ୧୮ ତାରିଖ ରାତି ୧୧.୩୦ରେ ପରଲୋକ ହୋଇଯାଇଛି।
ସ୍ୱର୍ଗତ ସାହୁଙ୍କ ବିୟୋଗରା ସମ୍ବଲପୁର ମିନି ଟ୍ରକ ଆସୋସିଏସନ୍ ପକ୍ଷରୁ ସଂଘ କାର୍ଯ୍ୟାଳୟରେ ଗତ କାଲି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଅମର ଆତ୍ମାର ଶାନ୍ତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ସ୍ୱର୍ଗତ ସାହୁଙ୍କ ସାଂଗଠାନିକ ଦକ୍ଷତାକୁ ସଭାରେ ମନେ ପକାଇ ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱର୍ଗତ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ସଭାରେ ଜିଲ୍ଲା ସଭାପତି ରୂପେଶ କୁମାର ପାଣିଗ୍ରାହୀ,ସଂପାଦକ ଭରତ ଗୋୟଲ୍ ପ୍ରମୁଖ ସଦସ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।