April 30, 2026

ଶୃଙ୍ଖଳା ଓ ସମୟାନୁବର୍ତିତା ସହ ନିଜ ଘରକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆହ୍ୱାନ…

lek
Share

(ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ)
ସମ୍ବଲପୁର ତା ୨୧.୪.୨୪ ଦିନ ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ତୃତୀୟ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ନୀତିଶିକ୍ଷା ପ୍ରସଙ୍ଗରେ ସରକାରୀ ହାଇସ୍କୁଲ ବୁର୍ଲା ର ପ୍ରଧାନ ଶିକ୍ଷକ ଶ୍ରୀ କରନ ଶର୍ମା ଜୀବନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ର ମୂଲ୍ୟ ଓ ପ୍ରୟୋଗ ଉପରେ ଉଦାହରଣ ସହ ଆଲୋଚନା କରିଥିଲେ।ଦ୍ଵିତୀୟ ଅଧିବେଶନ ବିଜ୍ଞାନ ଓ କାରିଗରୀ କୌଶଳ ପ୍ରସଙ୍ଗ କ୍ରମେ “କକ୍ଷ ପ୍ରଦୂଷଣ ଉପରେ ଆଲୋଚନା ଆରମ୍ଭ କରି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ନିଜ ଘରକୁ କିପରି ପ୍ରଦୂଷଣ ମୁକ୍ତ କରିହେବ ସେ ସମ୍ବନ୍ଧ ରେ ଆଲୋଚନା କରି ସଫାସୁତୁରା ଆଳ ରେ ଯଥାସମ୍ଭବ ରାସାୟନିକ ଦ୍ରବ୍ୟ ବ୍ୟବହାର କୁ କମ କରିବାକୁ ଆହ୍ୱାନ ଦେଇ ଏହାର ଭୟାବହତା ଉପରେ ପିଲାଙ୍କୁ ସତର୍କ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପିଲାମାନେ ଆଗ୍ରହ ର ସହ ଅଂଶଗ୍ରହଣ କରିଥିଲେ।।କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରି ପିଲାଙ୍କୁ ଶୁଣିବା ଓ କହିବା ଅଭ୍ୟାସ କୁ ବଜାୟ ରଖି ନିଜ ନିଜ ବିଦ୍ୟାଳୟ ମାନଙ୍କରେ ନିଜେ ଶିଖଥିବା ପ୍ରସଙ୍ଗ କୁ ନିଜ ସାଙ୍ଗ ମାନଙ୍କ ସହ ବାଣ୍ଟିବାକୁ ଉପଦେଶ ଦେଇ ଗତ ଥର ନିଜ ବିଦ୍ୟାଳୟ ପ୍ରାର୍ଥନା ସଭା ମାନଙ୍କରେ ଆହରଣ କରିଥିବା ଜ୍ଞାନ କୁ ବାଣ୍ଟିଥିବା ଛାତ୍ରଛାତ୍ରୀ ଲୋପାମୁଦ୍ରା ,ହମେରା ,ଦୀପ୍ତିରଞ୍ଜନ,କାହ୍ନ ଓ ସୁରଭିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଲାଇବରୀ ର ସଭାପତି ପ୍ରୋ ଆଦିତ୍ୟ ପ୍ରସାଦ ପାଢୀ,ମୁରଲୀଧର ,ଅର୍ଜୁନରଞ୍ଜନ ପଣ୍ଡା,ଡ଼ ଗିରିଧାରୀ ହୋତା, ଡ଼ ନିରୁପମା ବଡପଣ୍ଡା,ଆଇ ଆଇ ଏଏମ ର ଅଧ୍ୟାପକ ଡ଼, ଭୈରବ ଚନ୍ଦ୍ର ପାତ୍ର ଓ ସିଦ୍ଧାର୍ଥ ଗୌରବ ଙ୍କ ସମେତ ଗୋଳକ ବିହାରୀ ମିଶ୍ର ଅନେଜ ବୁଦ୍ଧିଜୀବୀ ଅଭିଭାବକ ଉପସ୍ଥିତ ଥିଲେ। ବିଜୟ କୁମାର ସାହୁ ଓ ସୁନନ୍ଦା ପ୍ରଧାନ ବୈଷୟିକ ସହାୟତା ପ୍ରଦାନ କରିଥିଲେ।।ଆଜି ପ୍ରଶିକ୍ଷଣ ଶିବିର ରେ ମହାନଗର ନିଗମସ୍ଥ ମୋଟ ୧୪ ଟି ହାଇସ୍କୁଲ ରୁ ୫୬ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

 

You may have missed