ଉମରକୋଟ ରେ ରାମ ନବମୀ ମହା ଆଡ଼ମ୍ବରରେ ପାଳିତ……..
ଚୈତ୍ରମାସ ଶୁକ୍ଳପକ୍ଷର ନବମୀ ଦିନଟିକୁ ରାମନବମୀ ଭାବରେ ପାଳନ କରାଯାଏ।ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ ରହିଛି। ଏହିଦିନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଙ୍କ ଜନ୍ମ ହୋଇଥିବାରୁ ପରମ୍ପରା ଅନୁଯାୟୀ ଆଜି ଦିନକୁ ସମସ୍ତ ହିନ୍ଦୁ ସମ୍ପ୍ରଦାୟ ର ଲୋକେ ମହା ଆଡମ୍ବରରେ ପାଳନ କରି ଥାନ୍ତି।ଉମରକୋଟ ଠାରେ ମଧ୍ୟ ରାମନବମୀ ଅବସର ରେ ରାମ ମନ୍ଦିର ଠାରେ ହୋମ ଯଜ୍ଞ କରାଯାଇ ପୂଜା ପାଠ ହୋଇଥିଲା।ସକାଳୁ ଭକ୍ତ ମାନେ ସହର ପରିକ୍ରମା କରିଥିଲେ ଏବଂ ଅପରାହ୍ନ ରେ ସ୍ଥାନୀୟ ରାମ ମନ୍ଦିର ଠାରୁ ଏକ ବିଶାଳ ରାଲି ସହର ପରିକ୍ରମା କରିଥିଲା । ଏହି ରାଳିରେ ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସମାଗମ ହୋଇଥିଲା।ଆଜିର ଏହି ରାଳିରେ ଡିଜେ, ବାଜା, ସହ ଅତିଶ ବାଜି ଓ ଭଜନ ସଂକ୍ରିତନ ସହ ଜୟ ଶ୍ରୀ ରାମ ଧ୍ୱନିରେ ସହର ପ୍ରକାମ୍ପିତ ହୋଇ ଉଠିଥିଲା ।ଆଜିର ସହର ପରୀକର୍ମା ସମୟରେ ସହର ର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)