ବୋଲଗଡ଼-ବେଗୁନିଆ ଅଞ୍ଚଳରେ କଂଗ୍ରେସପ୍ରାର୍ଥୀ ପୃଥିବୀବଲ୍ଲଭ ପଟ୍ଟନାୟକଙ୍କୁ ବିପୁଳ ସମର୍ଥନ….

bl0
Share

 

ବୋଲଗଡ଼,(ଉପାନ୍ତ ଖବର):ଆଗାମୀ ସାଧାରଣ ନିର୍ବାଚନ ପାଇଁ ବେଗୁନିଆ-୧୧୬ ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ତାର ସେନାପତି ବାଛି ସାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ଟିକେଟ ଦେଇ କଂଗ୍ରେସ ତାର ପତିଆରା ଜାହିର କରିଛି । ଅଦ୍ୟାବଧି ଓ ଡ଼ିଶା ରାଜନିତୀରେ ପ୍ରମୁଖ ଦଳଭାବେ ଭୂମିକା ନିର୍ବାହ କରୁଥିବା ବିଜେଡି ଓ ବିଜେପି ତାର ସେନାପତି ବାଛି ନଥିବାବେଳେ କଂଗ୍ରେସ ଆଉ ପାଦେ ଆଗେଇକି ରହିଛି । ଏହି ଅବସରରେ ବୁଧବାର ଦିନ ବେଗୁନିଆ ବ୍ଲକର ବରମୂଳେଇପୀଠ ଓ ବୋଲଗଡ ବ୍ଲକର ନନ୍ଦିଘୋଷ ଭବନଠାରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । କଂଗ୍ରେସପାର୍ଥୀ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କ ପାଇଁ ବ୍ୟାପକ ସମ୍ବର୍ଦ୍ଧନା ଆୟୋଜନ କରାଯାଇଥିଲା । ବେଗୁନିଆ ବ୍ଲକରେ ସଭାପତି କାଳନ୍ଦୀ ଚରଣ ମହାପାତ୍ର ଓ ବୋଲଗଡ ବ୍ଲକରେ ସଞ୍ଜୟ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଏହିସଭାରେ କଂଗ୍ରେସର ବହୁ ପୁରୁଖା କର୍ମୀ ଯଥା ପ୍ୟାରୀମୋହନ ଦାସ, ରଘୁନାଥ ସାହୁ, ସୀମାଞ୍ଜଳ ଖଣ୍ଡେଇ, ସନ୍ତୋଷ କୁମାର ପୃଷ୍ଟି, ଶ୍ରୀଧର ଦତ୍ତ, ବିଜୟ ପ୍ରଧାନ, ବିଜୟ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଦଳେଇ, ନବକିଶୋର ପଣ୍ଡା, ଦିବାକର ରାଉତ, ଧୀରେଶ ମହାପାତ୍ର, ଗଙ୍ଗାଧର ଦାଶଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କି ଜିତାଇବା ପାଇଁ ଶପଥ ନେଇଥିଲେ । ଆଗାମୀ ୧୯ ତାରିଖ ଦିନ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ୟାସିର ନୱାଜ ଓ ବିଧାନ ସଭାପ୍ରାର୍ଥୀ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ଏକ ବିଶାଳ ବାଇକ ର‌୍ୟାଲିରେ ନିର୍ବାଚନ ମଣ୍ଡଳୀ ଆରମ୍ଭ ସ୍ଥାନ ସାରୁଅ ଠାରୁ ଶେଷ ଗ୍ରାମ ବିଜିପୁର ଗେଟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବାପାଇଁ ନିଷ୍ପତ୍ତି ନିଆଯାଇଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

You may have missed