June 24, 2026

ବାସନ୍ତୀପୂଜା ପାଇଁ ଉତ୍ସବମୁଖର ଖନ୍ତାପଡା ବଜାର। ୨୪ ବର୍ଷରେ ପହଞ୍ଚିଲାଣି ପୂଜା….

mpk
Share

                                           ବାଲେଶ୍ଵର,, ଖନ୍ତାପଡା ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡା ବଜାରରେ ଚାଲିଥିବା ୨୪ ବର୍ଷର ମା ବାସନ୍ତୀପୂଜା ବେସ୍ ଧୁମ୍ ଧାମରେ ପାଳିତ ହେଉଛି । ରଙ୍ଗୀନ୍ ଆଲୋକମାଳା ସାଜସଜ୍ଜା ସାଙ୍ଗକୁ ଝଲସୁଛି ସୁନ୍ଦର ତୋରଣ। ରିତି ନିତି ଓ ପରମ୍ପରା ଅନୁସାରେ ମା ବାସନ୍ତୀ ଙ୍କ ପୂଜାର୍ଚ୍ଚନା କରାଯାଉଛି। ଖନ୍ତାପଡା ରେ ପ୍ରସିଦ୍ଧ ମା ବାସନ୍ତୀ ଙ୍କ ପୂଜା ପ୍ରଥମ ବର୍ଷ ଘଟପୂଜାରୁ ଆରମ୍ଭ ହେଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ବଡ଼ ଧରଣର ପୂଜା ଭାବରେ ହୋଇଆସୁଛି। ଚଳିତ ବର୍ଷ ଏହି ପୂଜାର ବିଶେଷ ଆକର୍ଷଣ ଭଜନ ସନ୍ଧ୍ୟା ଏବଂ ମେଲୋଡ଼ି ପ୍ରୋଗ୍ରାମ ରହିଥିବା କମିଟି ସଭାପତି ସାନ୍ତୁନୁ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ପୂଜା ୫ ଦିନ ଧରି ଚାଲିବ ବୋଲି ସେକ୍ରେଟାରୀ କରନ କୁମାର ପଣ୍ଡା କହିଛନ୍ତି। ନବମୀ ଦିନ ଦୁଇହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ମଧ୍ୟ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପୂଜାରେ ଦର୍ଶକଙ୍କ ଭିଡ଼, ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ପାଇଁ କମିଟିର ସେକ୍ରେଟାରୀ କରନ କୁମାର ପଣ୍ଡା ସଭାପତି ସାନ୍ତୁନୁ କୁମାର ମହାନ୍ତି, ଟୁକୁ ଭାଇ ଅଜୁ ଭାଇ ସତ୍ୟ, କିରଣ, ଭାଲୁ ଭାଇ ସିବ ଭାଇ ଏବଂ ସମସ୍ତ ମେମ୍ବର ମାନେ ଉପସ୍ଥିତ ରହି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

 

(ଦେବାଶିଷ ଦାଶ୍ )